Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଡ୍ୟାମରୁ 14ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ରାଜ୍ୟରେ ଲଗାଣ ବର୍ଷା ଲାଗିରହିଛି । ମହାନଦୀର ଉପରମୁଣ୍ଡ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ଛତିଶଗଡରୁ ବହୁ ପରିମାଣର ଜଳ ହୀରାକୁଦ ଡ୍ୟାମ ଭିତରକୁ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର 14ଟି ଗେଟ୍ ଖୋଲାଯାଇଛି ।

ଜଳସ୍ତର ବଢୁଥିବାରୁ ହୀରାକୁଦର ୧୪ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ୨ଟି ଗେଟ୍ ଖୋଲିଥିବା ବେଳେ ଜଳସ୍ତର ବୃଦ୍ଧିକୁ ଦେଖି ଗତକାଲି ସକାଳେ ୮ଟି ଗେଟ୍ ଖୋଲିଥିଲା । ପୁଣି ଅପରାହ୍ଣରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ବର୍ତ୍ତମାନ ମୋଟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୮ ଦଶମିକ ୧୫ ଫୁଟ୍ । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨ ଲକ୍ଷ୨୯ ହଜାର ୪୫୮ କ୍ୟୁସେକ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୬୭ ହଜାର ୫୭୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Show More

Related Articles

Back to top button