Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1

କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ L1 । ସୂର୍ଯ୍ୟ ମିଶନରେ ଆଉ ପାଦେ ଆଗକୁ ବଢ଼ିଲା ଇସ୍ରୋ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ଆଉ ଏକ ସଫଳତା ମିଳିଛି । ଆଦିତ୍ୟ ଏଲ-୧, ୪ର୍ଥ କକ୍ଷପଥ ପରିବର୍ତ୍ତନ କରିଛି । ବିଳମ୍ବିତ ରାତିରେ ପ୍ରକ୍ରିୟା ସଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଦିତ୍ୟ ଏଲ-୧ ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ୍‌ ମନିଭର୍‌’ ସଫଳତାର ସହ ସମାପ୍ତ କରିଛି । ଇସ୍ରୋ ପକ୍ଷରୁ ମରିସସ୍, ବେଙ୍ଗାଲୁରୁ ଓ ପୋର୍ଟବ୍ଲେୟାରରୁ ଏହି ପ୍ରକ୍ରିୟାକୁ ନିରୀକ୍ଷଣ କରାଯାଇଥିଲା। ଆଦିତ୍ୟ L1’ର ନୂଆ କକ୍ଷପଥ ୨୫୬ କିମି x ୧,୨୧,୯୭୩ କିମି ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button