Breaking PLUSଦେଶମୁଖ୍ୟ ଖବର

ପ୍ରଥମ ଥର ରାତିରେ କାରଗିଲ ଏୟାରଷ୍ଟ୍ରିପରେ ଅବତରଣ କଲା ବାୟୁସେନାର ସି0130 ଜେ ବିମାନ

ଗରୁଡ ଫୋର୍ସ ସହ ରାତ୍ରି ଲ୍ୟାଣ୍ଡିଂ କରି ଇତିହାସ ରଚିଲା ବିମାନ

ନୂଆଦିଲ୍ଲୀ- ଚୀନ ଓ ପାକିସ୍ତାନକୁ ଲାଗିକରି ଥିବା ବିଭିନ୍ନ ଏୟାରଷ୍ଟ୍ରିପକୁ ସାମରିକ ଦୃଷ୍ଟିକୋଣରୁ ଅନେକ ଭାବରେ ଉପଯୋଗ ପାଇଁ ଅପଗ୍ରେଡ କରୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଭାରତୀୟ ବାୟୁ ସେନାର ସାମରିକ ପରିବହନ ବିମାନ ସି-130ଜେ ପ୍ରଥମ ଥର କାରଗିଲ ଏୟାରଷ୍ଟ୍ରିପରେ ଗରୁଡ ଫୋର୍ସ ସହିତ ରାତ୍ରି ଲ୍ୟାଣ୍ଡିଂ କରିଛି । ଦୁର୍ଜୟ ହିମାଳୟ ପରିଦୃଶ୍ୟରେ ଏହି ଏୟାରଷ୍ଟ୍ରିପ 8,800 ଫୁଟରୁ ଅଧିକ ଉଚ୍ଚରେ ରହିଛି, ଯାହାକି ବିମାନ ଚାଳକଙ୍କ ପାଇଁ ଅଦ୍ୱିତୀୟ ଚ୍ୟାଲେଞ୍ଜ ଅଟେ ।
ଭାରତୀୟ ବାୟୁସେନା ଏହି ଉପଲବ୍ଧିର ମହତ୍ତ୍ୱ ଉପରେ ରାତ୍ରି ଲ୍ୟାଣ୍ଡିଂର ଏକ ଭିଡିଓ ସେୟାର କରି ବୟାନରେ କହିଛି ଯେ, ପ୍ରଥମ ଥର ପରିବହନ ବିମାନ ସି-130ଜେ କାରଗିଲ ଏୟାରଷ୍ଟ୍ରିପରେ ରାତିରେ ଲ୍ୟାଣ୍ଡିଂ କରିଛି । ଏହାସହିତ ଗରୁଡର ପ୍ରଶିକ୍ଷଣ ମିଶନ ବି ଶେଷ ହୋଇଛି । ଯାହାକି ଭାରତୀୟ ବାୟୁସେନାର ଉଲ୍ଲେଖନୀୟ ଉପଲବ୍ଧି ଅଟେ । ଏହି ସଫଳ ଲ୍ୟାଣ୍ଡିଂ କେବଳ ବାୟୁସେନାର ସାବଧାନମୂଳକ ଯୋଜନାକୁ ଦର୍ଶାଉନାହିଁ, ପାଇଲଟଙ୍କ ସ୍ୱତନ୍ତ୍ରତାକୁ ମଧ୍ୟ ଦର୍ଶାଇଛି ।

Show More

Related Articles

Back to top button