Breaking PLUSଦେଶମୁଖ୍ୟ ଖବର

ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍‌ର ଉଦଘାଟନ କରିବେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ 8ରୁ10 ତାରିଖ ଯାଏ ଗୁଜରାଟ ଗସ୍ତରେ ରହିଛି । ଜାନୁୟାରୀ 10ରେ ଗାନ୍ଧିନଗରରେ ଆରମ୍ଭ ହେବାକୁ ଥିବା ତିନି ଦିବସୀୟ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟର 10ମ ସଂସ୍କରଣର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସମ୍ମିଳନୀର ଆୟୋଜନ ଶିଖର ସମ୍ମିଳନୀର ବିଷୟ ‘ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍ 2024- ଭବିଷ୍ୟତର ପ୍ରବେଶ ପଥ’ ରହିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ଟ୍ରେଡ୍ ଶୋର ମଧ୍ୟ ଉଦଘାଟନ କରିବେ । ଏହାସହିତ ଶୀର୍ଷ ବିଶ୍ୱ ନିଗମର ସିଇଓଙ୍କ ସହ ବୈଠକ କରିବେ ପିଏମ । ପ୍ରଧାନମନ୍ତ୍ରୀ ଗିଫ୍ଟ ସିଟିରେ ଗ୍ଲୋବାଲ ଫିଟନେସ ଲିଡରସିପ ଫୋରମର ପ୍ରମୁଖ ବ୍ୟପାର ନେତାଙ୍କ ସହ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଜାନୁୟାରୀ 8ରେ ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିରରେ ପହଞ୍ଚିବେ, ସେଠାରେ ବିଶ୍ୱନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହାପରେ ଶୀର୍ଷ ବିଶ୍ୱ ନିଗମର ସିଇଓଙ୍କ ସହ ବୈଠକ କରିବେ । ଦ୍ୱିପ୍ରହର ପ୍ରାୟ 3ଟା ବେଳେ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ଟ୍ରେଡ ଶୋର ଉଦଘାଟନ କରିବେ । ଜାନୁୟାରୀ 10ରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍ 2024ର ଉଦଘାଟନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ବିଶ୍ୱ ନିଗମର ସିଇଓଙ୍କ ସହ ବୈଠକ କରି ଗିଫ୍ଟ ସିଟି ଯିବେ । ସେଠାରେ ସନ୍ଧ୍ୟାରେ ଗ୍ଲୋବାଲ ଫିଟନେସ ଲିଡରସିପ ଫୋରମର ପ୍ରମୁଖ ବ୍ୟାପାର ନେତାଙ୍କ ସହ ଆଲୋଚନା କରିବେ ।

Show More

Related Articles

Back to top button