Breaking PLUSଓଡ଼ିଶାମୁଖ୍ୟ ଖବର

ସପରିବାର ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପଲ

ଭୁବନେଶ୍ୱର, 8 ଜାନୁୟାରୀ – କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପଲ ଆଜି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ସୋସିଆଲ ହ୍ୟାଣ୍ଡେଲରେ ଫଟୋ ସେୟାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଚାରି ଧାମରୁ ଅନ୍ୟତମ ହେଉଛି ଭଗବାନ ଜଗନ୍ନାଥଙ୍କ ପବିତ୍ର ନଗରୀ ପୁରୀ । ଏଠାରେ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ବିରାଜମାନ ।ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ କରି ଅଦଭୁତ ଆନନ୍ଦର ଅନୁଭୂତି ହେଲା । ଜୟ ଜଗନ୍ନାଥ ।

Show More

Related Articles

Back to top button