Breaking PLUSଓଡ଼ିଶାମୁଖ୍ୟ ଖବର

ପର ଘର ତିଅଣରେ କୁଣିଆ ଚର୍ଚ୍ଚା- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 8 ଜାନୁୟାରୀ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବାମରା, ଚିପିଲିମା ଏବଂ ଲାରପଙ୍କ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ବାମରା ବ୍ଲକ ମହୁଲପାଲି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଇ ଜନ ସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିକଶିତ ଭାରତ ଗଠନ ପାଇଁ ଲୋକଙ୍କୁ ଶପଥ ପାଠ କରାଇଥିଲେ । 2047 ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଶପଥ ନେଇଥିଲେ ହାଜର ହାଜର ଜନତା ।
ସମାବେଶରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ଏଭଳି କାର୍ଯ୍ୟକ୍ରମ ଭବିଷ୍ୟତକୁ ସଂକେତ ଦେଉଛି । ଦେଶରେ ବିକାଶ ଏବଂ ଗରିବ କଲ୍ୟାଣ ଜାରି ରଖିବା ପାଇଁ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପଡ଼ିବ । ଦେଶ ଅଗ୍ରଣୀ ଏବଂ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି । ଦେଶ ସ୍ଵାଧୀନତା ହେବାର ଦଶନ୍ଧି ଦଶନ୍ଧି ପରେ ବି ଅନେକ ନୌଳିକ ସୁବିଧାରୁ ବଂଚିତ ହେଉଥିଲେ । ଦେଶ ଏବଂ ରାଜ୍ୟରେ ଅନେକ ସରକାର ଥିଲେ । କିନ୍ତୁ ମୋଦି ସରକାର ଆସିବା ପରେ ପକ୍କା ଘରେ, ସ୍ଵଚ୍ଛ ଇନ୍ଧନ, ନିଜ ଘରେ ସ୍ଵଚ୍ଛ ପିଇବା ପାଣି ଭଳି ବିଭିନ୍ନ ସୁବିଧା ଲୋକ ପାଇଛନ୍ତି । 2 କୋଟି ଲକ୍ଷପତି ଦିଦି ବନାଇବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସିକିଲସେଲ ପାଇଁ ସ୍ଥାୟୀ ଚିକିତ୍ସା କଥା ପୂର୍ବରୁ କୌଣସି ସରକାର ଚିନ୍ତା କରିନଥିଲେ । ଏବେ ନରେନ୍ଦ୍ର ମୋଦି ସିକିଲ ସେଲ ଟେଷ୍ଟ କରିବାର ବ୍ୟବସ୍ଥା କରିଛନ୍ତି । ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳୁଛି । ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି । ବିଜୁ କାର୍ଡ ଲଗାଇବେ ବୋଲି ରାଜ୍ୟ ସରକାର କହୁଛନ୍ତି । ସିଏଚସିରେ ବିଜୁ କାର୍ଡର ସୁବିଧା ମିଳୁଛି କି ? କେବଳ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ମୋଦି କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇପରେ ପିଇବା ପାଣି ଯୋଗାଇବା ପାଇଁ ପଠାଇଛନ୍ତି । କିନ୍ତୁ ପଇସା ଆସିବା ସତ୍ତ୍ୱେ ଗାଁକୁ ପାଣି ଆସୁନି । ପଇସା ଠିକାଦାର ପକେଟକୁ ଗଲା । ଏହା କଣ ରୂପାନ୍ତରଣ । କହିଲେ ଲୋକ କହୁଛନ୍ତି ମୁଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ପଡ଼ିବ । ମାଗଣାରେ ଚାଉଳ ଦେଉଛନ୍ତି ମୋଦି । 3 କୋଟି 25 ଲକ୍ଷ ଲୋକଙ୍କୁ ବିନା ପଇସାରେ ଚାଉଳ ଦେଉଛନ୍ତି ମୋଦି ସରକାର । ରାଜ୍ୟ ସରକାର କହୁଛନ୍ତି ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦେଉଛନ୍ତି । ପର ଘର ତିଅଣରେ କୁଣିଆ ଚର୍ଚ୍ଚା କରୁଛି ରାଜ୍ୟ ସରକାର । ମୋଦି ସରକାର ପକ୍କା ଘର ପଠାଉଛନ୍ତି । କିନ୍ତୁ ସିଏଜି ରିପୋର୍ଟ କହୁଛି ରାଜ୍ୟ ସରକାର 6 ଲକ୍ଷ ପକ୍କା ଘର ରାଜ୍ୟ ସରକାର ଫେରାଇ ଦେଲେ । 24 ବର୍ଷ ରହିଲା ପରେ ବି ଓବିସିମାନଙ୍କୁ ସାମ୍ବିଧାନିକ ଅଧିକାର ଦେଉନାହାନ୍ତି ରାଜ୍ୟ ସରକାର । ଦୟା ନୁହେଁ, 27 ପ୍ରତିଶତ ସଂରକ୍ଷଣ ଅଧିକାର ମିଳିବା ଦରକାର କହି ରାଜ୍ୟ ସରକାରଙ୍କୁ ନିଶାନା ସାଧିଛନ୍ତି ଧର୍ମେନ୍ଦ୍ର ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ର ସରକାରଙ୍କ ଯୋଜନା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଷ୍ଟଲ ପରିଦର୍ଶନ କରିଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଅନେକ ଲୋକ କଲ୍ୟାଣକାରୀ ଯୋଜନାର ଲାଭ ପାଇଥିବା ହିତାଧିକାରୀ ମାନେ ସେମାନଙ୍କ ଅନୁଭୂତି ପରିପ୍ରକାଶ କରିଛନ୍ତି ।

Show More

Related Articles

Back to top button