ଓଡ଼ିଶାଦେଶସ୍ୱତନ୍ତ୍ର

କିଛି ସମୟ ପରେ ପୁରୀରେ ହେବ ‘ଏୟାର ସୋ’,ସଫେଇ କାର୍ଯ୍ୟ ସହ ସଚେତନତା ଓ ସ୍ୱଛତା ଶପଥ ପାଠ ଅନୁଷ୍ଠିତ

ଆଜି ପୁରୀରେ ହେବ ‘ଏୟାର ସୋ’ । ପ୍ରଥମ ଥର ପାଇଁ ବାୟୁସେନା ପକ୍ଷରୁ ଆଜି ପୂର୍ବାହ୍ନ ୧୦.୨୦ରୁ ୧୧ ଟା ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ୍ ବିଚ ଠାରେ ସୂର୍ଯ୍ୟ କିରଣ ଏୟାର ସୋ ର ଫୁଲ ଡ୍ରେସ ରିହରସାଲ ଅନୁଷ୍ଠିତ ହେବ । ଏଥିପାଇଁ ଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ଆଜି ସକାଳ ୬ଟାରେ ପୁରୀ ପେଣ୍ଠକଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ତେବେ ସଫେଇ କାର୍ଯ୍ୟ ସହ ସକାଳ ୭ଟା ସମୟରେ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ସଚେତନତା ଓ ସ୍ୱଛତା ଶପଥ ପାଠ ଅନୁଷ୍ଠିତ ହୋ

ଛି। ପେଣ୍ଠକଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବେଳାଭୂମିକୁ ୧୪ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ଏହି ସଫେଇ କାର୍ଯ୍ୟ ଦ୍ବାରା ବେଳାଭୂମିର ଶୋଭା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

 

 

Show More

Related Articles

Back to top button