Breaking PLUSଦେଶମୁଖ୍ୟ ଖବର

ସଂଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଜାମିନ ସର୍ତ୍ତ ନିର୍ଦ୍ଧାରଣ କଲେ ତଳ କୋର୍ଟ

ନୂଆଦିଲ୍ଲୀ- ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟଙ୍କ ସ୍ୱତନ୍ତ୍ର ବିଚାରପତି କାଭେରୀ ବାୱେଜା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ସଂଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଆଜି ଜାମିନ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି । ସଂଜୟ ସିଂହଙ୍କ ଜାମିନ ପାଇଁ ତାଙ୍କ ପତ୍ନୀ ଜାମିନ ବଣ୍ଡ ଭରିଥିଲେ ।
ସଂଜୟ ସିଂହଙ୍କୁ ପାସପୋର୍ଟ ଜମା କରିବାକୁ କୋର୍ଟ କହିଥିଲେ । ସଂଜୟ ସିଂହଙ୍କୁ ଦିଲ୍ଲୀ-ଏନସିଆରରୁ ବାହାରକୁ ଯିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡିବ । ତଦନ୍ତକାରୀ ଅଧିକାରୀଙ୍କୁ ସଂଜୟ ସିଂହ ତାଙ୍କ ମୋବାଇଲ ନମ୍ବର ଦେବାକୁ ପଡିବ । ନିଜ ମୋବାଇଲ୍ ଲୋକେସନ ସେୟାରିଂ ଅନ୍ ରଖିବେ ଏବଂ ତଦନ୍ତକାରୀ ଅଧିକାରୀଙ୍କ ସହ ସେୟାର କରିବେ ।
କୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂଜୟ ସିଂହ ରାତନୈତିକ ଗତିବିଧିରେ ଭାଗ ନେଇପାରିବେ କିନ୍ତୁ ଏହି ମାମଲା ଉପରେ କୌଣସି ଟିପ୍ପଣୀ କରିବେ ନାହିଁ । ସଂଜୟ ସିଂହ ସାକ୍ଷ୍ୟରେ ହସ୍ତକ୍ଷେପ କରିବେ ନାହିଁ ଓ ତଦନ୍ତରେ ସହଯୋଗ କରିବେ ।

Show More

Related Articles

Back to top button