Breaking PLUSଦେଶମୁଖ୍ୟ ଖବର

ଛତ୍ରପତି ସଂଭାଜୀନଗରରେ କପଡା ଦୋକାନରେ ଲାଗିଲା ନିଆଁ, ଗୋଟିଏ ପରିବାରର 7ଜଣ ସଦସ୍ୟଙ୍କ ମୃତ୍ୟୁ

ମୁମ୍ବାଇ- ମହାରାଷ୍ଟ୍ରରେ ଛତ୍ରପତି ସଂଭାଜୀ ନଗରର ଛାଭନୀ ଅଂଚଳରେ ବୁଧବାର ଭୋର ପ୍ରାୟ 4ଟା ବେଳେ କିଙ୍ଗ ଟେଲର କପଡା ଦୋକାନରେ ନିଆଁ ଲାଗିବା କାରଣରୁ ଗୋଟିଏ ପରିବାରର 7ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପୁରୁଷ, ତିନି ମହିଳା ଓ ଦୁଇଜଣ ଶିଶୁ ସାମିଲ ଅଛନ୍ତି ।
ପୋଲିସର ସୂଚନା ମୁତାବକ, ଭୋର ସମୟରେ କିଙ୍ଗ ଟେଲର୍ସର ଦୋକାନ ସମ୍ମୁଖରେ ଏକ ଗାଡିକୁ ଇଲେକ୍ଟ୍ରି ଚାର୍ଜ କରାଯାଉଥିଲା । ହଠାତ୍ ଗାଡିଟି ବିସ୍ଫୋରଣ ହୋଇଥିଲା । ଏହି ଗାଡିରେ ନିଆଁ ଲାଗିଯାଇଥିଲା, ଯାହାକି ଦୋକାନ ସହିତ ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା ।ଏଥିରେ ଦୋକାନର ଉପର ମହଲାରେ ଶୋଇଥିବା ଏକ ପରିବାରର 7ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ବିଲ୍ଡିଂରେ ପ୍ରାୟ 16ଜଣ ଲୋକ ଥିଲେ ।ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି ।

Show More

Related Articles

Back to top button