ଦେଶ ବିଦେଶବାଣିଜ୍ୟ

ରିଚାର୍ଜ ପ୍ଲାନ୍ ମହଙ୍ଗା ପରେ ଫେସବୁକକୁ ଝଟ୍‌କା

ବିଭିନ୍ନ ଟେଲିକମ କମ୍ପାନୀ ସେମାନଙ୍କର ପ୍ରି ପେଡ୍ ପ୍ଲାନର ଦାମ୍ ବଢାଇଛନ୍ତି ।

ଦୁଇମାସ ହେଲା ରିଚାର୍ଜ ପାଇଁ ଗ୍ରାହକ ଅଧିକ ଟଙ୍କା ବ୍ୟୟ କରୁଛନ୍ତି । ଏହାଦ୍ୱାରା ଫେସବୁକକୁ ଲାଗିଛି ବଡ ଝଟ୍‌କା । କମ୍ପାନୀର ବ୍ୟାପକ କ୍ଷତି ହୋଇଛି । ଭାରତରେ ପ୍ରିପେଡ୍ ପ୍ୟାକ୍ ମହଙ୍ଗା ହେଲା ପରେ ଫେସବୁକର ମୋଟ୍ ଆୟ ପ୍ରଭାବିତ ହୋଇଛି । ୨୦୨୧ର ଚତୁର୍ଥ ତ୍ରୈମାସରେ କମ୍ପାନୀ କ୍ଷତି ସହିଛି । ଏନେଇ କମ୍ପାନୀ ନିଜେ ସୂଚନା ଦେଇଛି । ମେଟା ସିଇଓ ଡେଭ୍ ଓ୍ୱେହନରଙ୍କ କହିବାନୁସାରେ, ଚୁତର୍ଥ ତ୍ରୈମାସରେ ବ୍ୟାପକ କ୍ଷତି ହୋଇଛି । ୟୁଜର ପୂର୍ବାପେକ୍ଷା କମ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ।

ତେବେ ଏସିଆ-ପାସିଫିକ୍ ଅଞ୍ଚଳ ଓ ଅନ୍ୟ ସ୍ଥାନରେ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ଇତିହାସରେ ପ୍ରଥମ ଥର ଫେସବୁକର ଡେଲି ୟୁଜରଙ୍କ ସଂଖ୍ୟା ହ୍ରାସ ପାଇଛି । ଯୁବକମାନେ ଫେସବୁକ ଅପେକ୍ଷା ଅନ୍ୟ ପ୍ଲାଟଫର୍ମକୁ ପସନ୍ଦ କରୁଛନ୍ତି । ଏତିପାଇଁ ରିଚାର୍ଜ ପ୍ଲାନ୍ ବୃଦ୍ଧିକୁ ଦାୟୀ କରାଯାଉଛି । ଏହାପୂର୍ବରୁ ଦେଶର ତିନୋଟି ମୁଖ୍ୟ କମ୍ପାନୀ ରିଲାଏନ୍ସ ଜିଓ, ଭାରତି ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ରିଚାର୍ଜ ପ୍ଲାନରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି କରିଥିଲେ । ଯାହାର ପ୍ରଭାବ ଗ୍ରାହକ ଓ ଫେସବୁକ ଉପରେ ପଡିଛି ।

Show More

Related Articles

Back to top button