Breaking PLUSଦେଶ ବିଦେଶମୁଖ୍ୟ ଖବର

ଓମିକ୍ରନ ମୃତକଙ୍କ ମଧ୍ୟରେ ୯୦% ନେଇନଥିଲେ ଟିକା

ଯୁବପୀଢି ଅଧିକ ସଂକ୍ରମିତ

ଟିକା ନେଇ ନଥିଲେ ସାବଧାନ ! ଓମିକ୍ରନରେ ପ୍ରାଣ ହରାଇଥିବା ୯୦ ପ୍ରତିଶତ ଆକ୍ରାନ୍ତ ଟିକା ନେଇନଥିଲେ । ଏନେଇ ଆଇସିଏମଆରର ଏକ ରିପୋର୍ଟରୁ ତଥ୍ୟ ମିଳିଛି । ଦେଶରେ ଏବେ କରୋନାର ତୃତୀୟ ଲହର ଜାରି ରହିଛି । ଓମିକ୍ରନ ଭାରିଆଣ୍ଟ ହିଁ ଦେଶରେ ତୃତୀୟ ଲହରର ମୁଖ୍ୟ କାରଣ । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ୧୦୦୦ ଉପରେ ରହୁଛି । ତେବେ ଆଇସିଏମଆରର ଏକ ରିପୋର୍ଟରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଓମିକ୍ରନ ଭାରିଆଣ୍ଟରେ ମୃତକଙ୍କ ମଧ୍ୟରୁ ପ୍ରତି ୧୦ ଜଣରେ ୯ ଜଣ ଟିକା ନେଇନଥିଲେ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ଟିକାର ଉଭୟ ଡୋଜ୍ ନେଇ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମୃତ୍ୟୁଦର ୧୦ ପ୍ରତିଶତ । ସେହିପରି ଟିକା ନନେଇ ପ୍ରାଣ ହରାଇଥିବା ମୃତକଙ୍କ ମୃତ୍ୟୁଦର ୨୨ ପ୍ରତିଶତ । ଯେଉଁମାନେ ଟିକା ନେଇନାହାଁନ୍ତି ସେମାନଙ୍କଠାରେ ମୃତ୍ୟୁ ଆଶଙ୍କା ଅଧିକ ରହିଛି । ସେହିପରି ଜୀବନ ଯାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ କୌଣସି ଗୁରୁତର ରୋଗରେ ପୀଡିତ ଥିଲେ । ଆଇସିଏମଆର ଡିଜି ଡାକ୍ତର ଭାର୍ଗବ ଡିଜି କହିଛନ୍ତି ଯେ, ପୂର୍ବ ଲହର ତୁଳନାରେ ଚଳିତ ଥର ଅଧିକ ଯୁବପୀଢି ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ହାରାହାରି ଆୟୁ ୪୪ ଥିଲା । ପୂର୍ବ ଲହରରେ ଏହା ୫୫ ବର୍ଷ ରହିଥିଲା । ଦେଶର ୧୫୨୦ଟି ହସ୍ପିଟାଲରୁ ତଥ୍ୟ ସଂଗ୍ରହ କରାଯାଇ ଏ ରିପୋର୍ଟ ପ୍ରକାଶ ପାଇଛି । ତେବେ ଚଳିତ ଲହରରେ କମ୍ ଔଷଧ ବ୍ୟବହାର ହୋଇଛି । ଓମିକ୍ରନ ଦ୍ୱାରା ଅଧିକାଂଶ ବ୍ୟକ୍ତିଙ୍କ ଗଳାରେ କଷ୍ଟ ଅନୁଭବ ହେଉଥିଲା ବୋଲି ସେ କହିଛନ୍ତି ।

Show More

Related Articles

Back to top button