ଦେଶ ବିଦେଶମୁଖ୍ୟ ଖବର

ମୂଷାରୁ ଆସିଛି ଓମିକ୍ରନ ଭାରିଆଣ୍ଟ

ବିଶ୍ୱରେ ତୃତୀୟ ଲହରର କାରଣ ପାଲଟିଥିଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମୂଷାରୁ ଆସିଥିବା ଅନୁମାନ କରାଯାଉଛି । ଏନେଇ ଚୀନର କିଛି ବୈଜ୍ଞାନିକ ମତ ଦେଇଛନ୍ତି ।

ମୂଷାରୁ ଆସିଛି ଓମିକ୍ରନ ଭାରିଆଣ୍ଟ ।ଚୀନ୍ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଓମିକ୍ରନ ଭାଇରସ ମଣିଷଠୁ ମୂଷାକୁ ବ୍ୟାପିଥିବା ପ୍ରମାଣ ରହିଛି । ଏହା ପୁଣିଥରେ ମୂଷାଠୁ ମଣିଷଙ୍କୁ ବ୍ୟାପିଥାଇପାରେ । ତେବେ ବୈଜ୍ଞାନିକମାନେ ଲଗାତର ଭାବେ ଭାଇରସର ଉତ୍ପତି ବାବଦରେ ଭିନ୍ନ ବିନ୍ନ ତଥ୍ୟ ଦେଉଛନ୍ତି । ବୈଜ୍ଞାନିକଙ୍କ ରିପୋର୍ଟ ଅନୁସାରେ, ଭାଇରସର ଅନେକ ମ୍ୟୁଟେସନ ସାମ୍ନାକୁ ଆସୁଛି । ପ୍ରଥମେ ଏହା ନୂଆ ନୂଆ ଠାବ ହୋଇଥିବା ଆକ୍ରାନ୍ତଙ୍କ ଠାରେ ଦେଖିବାକୁ ମିଳିଥିଲା । ଓମିକ୍ରନ ଭାରିଆଣ୍ଟର ୫ଟି ମ୍ୟୁଟେସନ ଚିହ୍ନଟ କରାଯାଇଥିଲା । ଏଥିରୁ ଗୋଟିଏ ମୂଷାର ଫୁସଫୁସରେ ଠାବ ହୋଇଛି ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନର ଉତ୍ପତ୍ତି ଏବେବି ଅଜଣା । ଏହା ୫୦ଟି ମ୍ୟୁଟେସନ ଧାରଣ କରିଛି । ଅନେକ କିଛି ମ୍ୟୁଟେସନ ପୂର୍ବ ଭାଇରସରେ ଠାବ କରାଯାଇ ନଥିଲା । ତିନୋଟି ପ୍ରକ୍ରିୟା ଉପରେ ଓମିକ୍ରନର ଉତ୍ପତ୍ତି ନିର୍ଭର କରୁଛି । କେହି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ମ୍ୟୁଟେସନ ହୋଇଥିବା କହୁଛନ୍ତି । ଆଉ କେହି ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଠାରୁ ଏହା ସୃଷ୍ଟି ହୋଇଥିବା ଆଶଙ୍କା କରୁଛନ୍ତି । କିଛି ବୈଜ୍ଞାନିକ ପଶୁପକ୍ଷୀଙ୍କଠାରୁ ଏହା ମଣିଷଙ୍କ ଶରୀରରେ ପ୍ରବେଶ କରିଥିବା ଅନୁମାନ କରିଛନ୍ତି । ସୂଚନାଯୋଗ୍ୟ,ନାନକାଇ ୟୁନିଭର୍ସିଟି ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେବଲ ଡିଜିଜ୍‌ର ବୈଜ୍ଞାନିକମାନେ ଗବେଷଣାରେ ସାମିଲ ଥିଲେ । ଯାହାର ରିପୋର୍ଟ ବାଓସେଫଟି ଏବଂ ବାୟୋ ସିକ୍ୟୁରିଟି ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।

Show More

Related Articles

Back to top button