Breaking PLUSଦେଶ ବିଦେଶବଲିଉଡମନୋରଞ୍ଜନସେଲିବ୍ରିଟି

ଜୟା ବଚ୍ଚନ କରୋନା ସଂକ୍ରମିତ

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ବର୍ତ୍ତମାନ କରେନା ସଂକ୍ରମିତ। ଟେଷ୍ଟ କରାଇବା ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ମୁମ୍ବାଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ପତ୍ନୀ ତଥା ଜୟା ବଚ୍ଚନ ବର୍ତ୍ତମାନ କରେନା ସଂକ୍ରମିତ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ଆଇସୋଲେସନରେ ଅଛନ୍ତି। ୨୦୨୦ରେ ଜୟା ବଚ୍ଚନଙ୍କୁ ଛାଡି ସଂପୂର୍ଣ୍ଣ ପରିବାର କୋଭିଡ୍ ମହାମାରୀରେ ସଂକ୍ରମିତ ହୋଇଥିଲେ । କିନ୍ତୁ ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇନଥିଲେ , ହେଲେ ଏବେ ଜୟା ମଧ୍ୟ କରେନା ସଂକ୍ରମିତ ।

ସୂଚନା ଅନୁଯାୟୀ ,ନିକଟରେ ଜୟା ବଚ୍ଚନ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ଶୁଟିଂ ପାଇଁ ଯାଇଥିଲେ। ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିନେତ୍ରୀ ଶବନା ଆଜମୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଏବେ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ୍ ହେବା ପରେ ଫିଲ୍ମର ଶୁଟିଂକୁ ବନ୍ଦ୍ କରାଯାଇଛି ।

Show More

Related Articles

Back to top button