ଦେଶ ବିଦେଶବାଣିଜ୍ୟ

ଖାଇବା ତେଲ ପରେ ଏବେ ଡାଲି ହେଉଛି ମହଙ୍ଗା

ବଢ଼ିଲାଣି ୧୫ ପ୍ରତିଶତ

ଖାଉଟିଙ୍କ ଉପରେ ମହଙ୍ଗା ପରେ ମହଙ୍ଗା ମାଡ଼ । ଖାଇବା ତେଲର ଅହେତୁକ ଦର ବୃଦ୍ଧି ପରେ ଏବେ ସେହି ପଥରେ ଡାଲି । ପୂର୍ବ ୬ ସପ୍ତାହ ଧରି ହରଡ଼ ଡାଲି ଏବଂ ବିରି ଡାଲିର ଦାମ୍‌ରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଏହାର ବଡ଼ କାରଣ ଫସଲ ଅଞ୍ଚଳରେ ଅଧିକ ଜଳ ପ୍ରବାହ ହେତୁ କ୍ଷତିର ଆଶଙ୍କା ଏବଂ ଖରିଫ୍‌ ଋତୁରେ କମ୍‌ ମହଜୁଦ୍‌ କମ୍‌ ଥିବା କୁହାଯାଉଛି । ମହାରାଷ୍ଟ୍ରର ଲାତୁରରେ ଭଲ ଗୁଣବତ୍ତାର ହରଡ଼ ଡାଲିର ଏକ୍ସ-ମିଲ୍‌ ଦାମ୍‌ ୬ ସପ୍ତାହ ପୂର୍ବରୁ ପାଖାପାଖି ୯୭ ଟଙ୍କା ରହିଥିଲା । ଯାହାକି ଏବେ ବଢ଼ି ୧୧୫ ପ୍ରତି କିଲୋଗ୍ରାମ୍‌ ହୋଇଛି । କୃଷି ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ତାଜା ଲିଷ୍ଟ ଅନୁସାରେ ହରଡ଼ ଡାଲିର ଦାମ୍‌ ଗୋଟିଏ ବର୍ଷ ପୂର୍ବରୁ ୪.୬ ପ୍ରତିଶତ କମ୍‌ ରହିଥିଲା ।

 

ସେହି ସମୟରେ ବିରି ଡାଲି ୨ ପ୍ରତିଶତ କମ୍‌ ରହିଥିଲା । ପ୍ରମୁଖ ଡାଲି ଜାତୀୟ ଶସ୍ୟ ଉତ୍ପାଦିତ ଅଞ୍ଚଳରେ ଜଳ ପ୍ରବାହ ହେତୁ ଫସଲ କ୍ଷତି ହେବା ଆଶଙ୍କା କରି ଦାମ୍‌ ବୃଦ୍ଧି କରାଯାଉଥିବା କୁହାଯାଉଛି । ଆଫ୍ରିକାରୁ ଆସୁଥିବା ୫ ଲକ୍ଷ ଟନ୍‌ ଡାଲି ଜାତୀୟ ଶସ୍ୟ ଅଗଷ୍ଟ ମାସ ଶେଷ କିମ୍ୱା ସେପ୍ଟେମ୍ୱର ମାସ ଆଡ଼କୁ ଆସିବା ନେଇ ଅନୁମାନ କରାଯାଉଛି । ଅଧିକ ବର୍ଷା ଫଳରେ ବିରି ଫସଲରେ କ୍ଷତି ସହିବା ନେଇ ଚାଷୀ ଆଶଙ୍କା କରିଛନ୍ତି ।

Show More

Related Articles

Back to top button