Breaking PLUSଦେଶ ବିଦେଶମୁଖ୍ୟ ଖବର

୧୦ ଦିନ ପରେ ପୃଥିବୀ ଦେଖିପାରେ ବିନାଶ !

ଚେତାବନୀ ଜାରି କଲା ନାସା

ଦୁନିଆକୁ ବିପଦ ଥିବା ନେଇ ଅନେକ ଖବର ବିଭିନ୍ନ ସମୟରେ ସାମନାକୁ ଆସିଥାଏ । ପୂର୍ବରୁ ପ୍ରଳୟ ଆସିବା ନେଇ ବିଭିନ୍ନ ଦାବି କରି ଯାଇଛନ୍ତି ଅନେକ ଭବିଷ୍ୟତବକ୍ତା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହିପରି କୌଣସି ଘଟଣା ଘଟି ନାହିଁ । ଲୋକଙ୍କ ବିଶ୍ୱାସ ଯେ, ମହାକାୟୀଶ ଶକ୍ତି ଯୋଗୁଁ ହିଁ ଦୁନିଆରେ ପ୍ରଳୟ ଆସିବ । ଉଲକାପିଣ୍ଡ ଏହା ପଛର କାରଣ ହୋଇପାରେ ବୋଲି ବିଶ୍ୱାସ କରନ୍ତି । ଏହିପରି ଏକ ଖବର ସାମନାକୁ ଆସିଛି । ତେବେ ଚଳିତ ଥର କୌଣସି ଭବିଷ୍ୟତବକ୍ତା ନୁହନ୍ତି ବରଂ ନାସା ଏହି ଚେତାବନୀ ଜାରି କରିଛି । ନାସା ଲଗାତାର ଏହି ଉଲକାପିଣ୍ଡ ଉପରେ ନଜର ରଖିଛି । ଏହା ପୃଥିବୀର ଅତି ନିକଟ ଦେଇ ଯିବ ଏବଂ ଏହି କାରଣରୁ ଏହାକୁ “Potentially Hazardous Asteroid” ଘୋଷଣା କରାଯାଇଛି । ନାସାର ସୂଚନା ଅନୁସାରେ ଉଲକାପିଣ୍ଡ ପୃଥିବୀ ସହ ସିଧା ଧକ୍କା ହେବ ନାହିଁ । କିନ୍ତୁ ଏହା ପୃଥିବୀର ନିକଟ ଦେଇ ଯିବ । ଏହାର ବିପଦ କମ ରହିଛି କିନ୍ତୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ନିଜ ଆଡକୁ ଟାଣିପାରେ । ଯାହା ବିପଦକୁ ଅଧିକ ବଢାଇପାରେ ।

ଏହି ଉଲକାପିଣ୍ଡ ଆକାରରେ ବହୁତ ବଡ଼ । ବୈଜ୍ଞାନିକମାନେ ଗତ ମାସରେ ଏହାକୁ ଆବିଷ୍କାର କରିଥିଲେ । ଏବେ କେବଳ ୧୦ ଦିନ ଅର୍ଥାତ ଅଗଷ୍ଟ ୧୮ରେ ପୃଥିବୀର କକ୍ଷ ନିକଟ ଦେଇ ଯିବ । ନାସାର ଆକଳନ ଅନୁସାରେ ଅଗଷ୍ଟ ୧୮ରେ ଏହା ପୃଥିବୀଠାରୁ ମାତ୍ର ୬.୩ ମିଲିୟନ କିଲୋମିଟର ଦୂରରୁ ଗତି କରିବ । ନାସା ଅନୁସାରେ ଏହାର ଚଟାଣ ପ୍ରାୟ ୨୩୦ ମିଟର ଯାଏଁ ବଡ଼ ହୋଇପାରେ । ଏହାସହ ଏହାର ଉଚ୍ଚତା ୨୩୫ ମିଟର ଲାମ୍ୱା ହୋଇପାରେ । ନାସା ଏହାକୁ “Potentially Hazardous Asteroid” ଘୋଷଣା କରିଛି । ଅନ୍ୟପଟେ ଅଗଷ୍ଟରେ ଆଉ ଏକ ଉଲକାପିଣ୍ଡ 2019 AV13 ପୃଥିବୀର ଅତି ନିକଟ ଦେଇ ଯିବ । ଅଗଷ୍ଟ ୨୨ରେ ଏହି ଉଲକାପିଣ୍ଡ ପୃଥିବୀ ନିକଟ ଦେଇ ଗତି କରିପାରେ ।

Show More

Related Articles

Back to top button