Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଆର୍ଥିକ ପଳାତକଙ୍କ ଉପରେ ଏବେ ରହିବ ନଜର

ଯାତ୍ରୀଙ୍କ PNR ସେୟାର କରିବାକୁ ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ

ଇଣ୍ଟରନ୍ୟାସନାଲ ଫ୍ଲାଇଟ୍‌ଙ୍କ ଉଡ଼ାଣର ୨୪ ଘଣ୍ଟା ପୂର୍ବରୁ ଏୟାରଲାଇନ୍ସଙ୍କୁ ଯାତ୍ରୀଙ୍କ ପିଏନଆର ଡିଟେଲସ୍ କଷ୍ଟମ ବିଭାଗଙ୍କ ସହ ସେୟାର କରିବାକୁ ହେବ। ଯେଉଁଥିରେ ପିଏନଆର ବ୍ୟତୀତ ଯାତ୍ରୀଙ୍କ ନାମ, ଠିକଣା, ଦେୟର ବିସ୍ତୃତ ବିବରଣୀ ମଧ୍ୟ ଏୟାରଲାଇନ୍ସ ଜଣେଇବେ। ଯାହା ଦ୍ୱାରା କଷ୍ଟମ ବିଭାଗଙ୍କୁ ଯାତ୍ରୀଙ୍କ ଉପରେ ନଜର ରଖିବା ସହଜ ହେବ। ଏହା ଛଡା ଏହି ପଦକ୍ଷେପ ଯୋଗୁ ଆଇନ ଉଲ୍ଲଂଘନ କରି ଦେଶ ଛାଡି ପଳାୟନ କରୁଥିବା ପଳାତକଙ୍କ ଉପରେ ମଧ୍ୟ ସରକାରଙ୍କ ନଜର ରହିବ ବୋଲି କୁହାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଅନ୍ତର୍ଗତ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଏଣ୍ଡ କଷ୍ଟମ ୮ ଅଗଷ୍ଟ ସୋମବାର ଦିନ ଏ ନେଇ ଏକ ନୋଟିଫିକେସନ ଜାରି କରିଛନ୍ତି। ଯାହାକୁ ପାସେଞ୍ଜର ନେମ୍ ରେକର୍ଡ ଇନଫର୍ମେସନ ରେଗ୍ୟୁଲେସନ ୨୦୨୨ ନାମ ଦିଆଯାଇଛି।

ଏହା ଦ୍ୱାରା ଯାତ୍ରୀଙ୍କ ରିସ୍କ ଏନାଲିସିସ୍ କରାଯିବ। ଫଳରେ ଆର୍ଥିକ ଅପରାଧୀ ଓ ଅନ୍ୟ ଅପରାଧୀଙ୍କ ଦେଶ ଛାଡି ପଳାୟନ ସମେତ ସ୍ମଗଲିଂ ଓ ଅବୈଧ ବ୍ୟାପାର ନିୟନ୍ତ୍ରିତ କରାଯାଇପାରିବ । ତେବେ ଭାରତରେ ଏହି ବ୍ୟବସ୍ଥା ନୂଆକରି ଲାଗୁ ହେଉଥିଲେ ମଧ୍ୟ ପୂର୍ବରୁ ବିଶ୍ୱର ଅନେକ ଦେଶ ଯାତ୍ରୀଙ୍କ ପିଏନଆର ସେୟାରିଂ କରି ଆସୁଛନ୍ତି। ଏପରି କରିବାରେ ଭାରତ ବିଶ୍ୱର ୬୦ତମ ଦେଶ ପାଲଟିଛି। ତେବେ ଏୟାରଲାଇନ୍ସମାନେ ଏପର୍ଯ୍ୟନ୍ତ କେବଳ ଇମ୍ମିଗ୍ରେସନ ଅଥରିଟିଙ୍କ ସହ ଯାତ୍ରୀଙ୍କ ନାମ, ଯେଉଁ ଦେଶର ବାସିନ୍ଦା ଓ ପାସପୋର୍ଟ ବିବରଣୀ ସାମିଲ କରୁଥିଲେ। ସରକାର ୨୦୧୭ ବଜେଟ୍‌ରେ ଏୟାରଲାଇନ୍ସ ଦ୍ୱାରା ପିଏନଆର ସେୟାର କରିବାପ୍ରସ୍ତାବ ଆଣିଥିଲେ, ଯାହା ଏବେ ଦେଶରେ ଲାଗୁ ହେବାକୁ ଯାଉଛି।

Show More

Related Articles

Back to top button