ସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମିଳିଲା ବଡ ଆଶ୍ୱସ୍ତି,ମ୍ୟାଲେରିଆ ରୋକିବାରେ ପ୍ରସ୍ତୁତ ହେଲା ମେଡିସିନ

ମିଳିଲା ବଡ ଆଶ୍ୱସ୍ତି । ଏଣିକି ମ୍ୟାଲେରିଆକୁ ରୋକିବ ମେଡିସିନ । ଆଫ୍ରିକାର ଚିକିତ୍ସା ବୈଜ୍ଞାନିକ ମାନେ ଏହି ଆଣ୍ଟିବଡି ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି । ଏହା ଏମିତି ଏକ ଔଷଧ ଯାହାକୁ ଥରେ ନେବା ମାତ୍ରେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ମ୍ୟାଲେରିଆ ରୋଗ ହେବ ନାହିଁ।ଏହା ମ୍ୟାଲେରିଆ ସଂକ୍ରମଣକୁ ରୋକା ଯିବା ନିମିତ ପ୍ରସ୍ତୁତ କରାଯାଇଛି।

ଏହି ଆଣ୍ଟିବଡିକୁ ନେଇ ଅନୁସନ୍ଧାନକାରୀ ଟିମ ସୂଚନା ଦେଇଛନ୍ତି ଯେ,  ଏହି ଔଷଧ ଅଳ୍ପ ସମୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ହେଲଥ୍ କ୍ଲିନିକାଲ ପରୀକ୍ଷଣର ଏକ ଅଧ୍ୟୟନରୁ ଜଣାପଡିଛି, ଏହି ଆଣ୍ଟିବଡ଼ିର ଗୋଟିଏ ପାନ ୬ମାସ ପର୍ଯ୍ୟନ୍ତ କାମ ଦେବ । ତେବେ ଆଣ୍ଟିବଡ଼ିଟି ୨୪ ସପ୍ତାହ ମଧ୍ୟରେ ମ୍ୟାଲେରିଆକୁ ରୋକିବାର ୮୮.୨% ପ୍ରଭାବଶାଳୀ ବୋଲି ପରୀକ୍ଷଣ ହୋଇଛି । ପରିକ୍ଷଣଟି ବୟଷ୍କ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା । ଏହି ଅଧ୍ୟୟନଟି ଦ.ନିୟୁ ଇଂଲଣ୍ଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । ଏହାପରେ ସିଆଲଟରେ ୨୦୨୨ ଆମେରିକୀୟ ସୋସାଇଟି ଅଫ ଟ୍ରପିକାଲ ମେଡ଼ିସିନ ଏବଂ ହାଇଜିନ ବାର୍ଷିକ ବୈଠକରେ ଆଣ୍ଟିବଡ଼ିକୁ ଉପସ୍ଥାପିତ କରାଯାଇଛି ।

 

Show More

Related Articles

Back to top button