ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ସକାଳୁ ଚାହା କିମ୍ବା କଫି ବିନା ନିଦ ଭାଙ୍ଗୁନି କି, ତେବେ ହୋଇଯାନ୍ତୁ ସାବଧାନ

ଅଧିକାଂଶ ଲୋକଙ୍କର ନିଦ ବିନା ଚାହା କିମ୍ବା କଫି ସେବନରେ ଭାଙ୍ଗି ନଥାଏ l ଯେତେବେଳ ପର୍ଯ୍ୟନ୍ତ ସକାଳର ଚାହା କିମ୍ବା କଫି ମିଳିନଥାଏ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ଅଳସୁଆ ଲାଗିଥାଏ l କିନ୍ତୁ କଣ ସକାଳର ଆରମ୍ଭ ଚାହା ପିଇ ଆରମ୍ଭ କରିବା ସ୍ୱାସ୍ଥ୍ୟ ପାଇଁ ହିତକର କି ?

ଚାହା କିମ୍ବା କଫି ସହିତ ନିଜ ଦିନର ଆରମ୍ଭ କରିବା ଭଲ ଅଭ୍ୟାସ ନୁହେଁ କାରଣ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ l ଏହା ଦ୍ୱାରା ଆପଣଙ୍କ ରକ୍ତଚାପ ଓ ହୃଦୟ ସମ୍ବଧୀୟ ସମସ୍ୟା ଦେଖା ଦେଇଥାଏ l ତାହାଲେ ଆସନ୍ତୁ ଜାଣିବା ଚାହା ଓ କଫି ସହିତ ନିଜ ଦିନ ଆରମ୍ଭ କଲେ ଆମକୁ କେଉଁସବୁ ରୋଗର ସମ୍ମୁଖୀନ ହେବାକୁ ପଡିବ l

* ରକ୍ତରେ ଶର୍କରାର ପରିମାଣ ବଢିଥାଏ -ଚାହା କିମ୍ବା କଫି ଆପଣ ଖାଲି ପେଟରେ ପିଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ବଢିଥାଏ l ସେଥିପାଇଁ ସକାଳୁ ଖାଲି ପେଟରେ ଚାହା ପିଇବା ଶରୀର ପାଇଁ କ୍ଷତି କାରକ l ତେଣୁ ସକାଳୁ କିଛି ଖାଇ କିମ୍ବା ପାଣି ପିଇ ଚାହା ପିଇବା ଆବଶ୍ୟକ l

* ଖାଦ୍ୟ କମାଇ ଦେଇଥାଏ -ଚାହା ଓ କଫି ଆପଣଙ୍କ ଭୋକକୁ କମ କରି ଦେଇଥାଏ ,ଏହା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକକୁ ଅନୁଭବ କରନ୍ତି ନାହିଁ l କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକରେ ରହିବ ଦ୍ୱାରା ଶରୀରରେ କ୍ୟାଲୋରୀ କମି ଯାଇଥାଏ l ଯାହା ବିଭିନ୍ନ ସମସ୍ୟାକୁ ସମ୍ମୁଖୀନ କରାଇ ନଥାଏ ତେଣୁ ସକାଳୁ ଖାଲି ପେଟିଆରେ ଚାହା ପିଅନ୍ତୁ ନାହିଁ l

* ଗ୍ୟାଷ୍ଟିକ ସମସ୍ୟା ଦେଖାଦିଏ -ଚାହା ଓ କଫି ଦୁଇଟି ଯାକରେ କେଫିନ ରହିଥାଏ ଓ ସକାଳର ଚାହା ସହିତ ଦିନର ଆରମ୍ଭ କରିବା ଦ୍ୱାରା ଆପଣଙ୍କର ଗ୍ୟାଷ୍ଟିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ l ଖାଲି ପେଟରେ କେଫିନର ସେବନ କରିବା ଦ୍ୱାରା ଗ୍ୟାଷ୍ଟିକ କୋଷିକକୁ ଉତେଜିତ କରିଥାଏ ଓ ଏସିଡ଼ିଟି ହୋଇଥାଏ l

* ମେଟାବୋଲିଯିମକୁ ଧୀର କରିଥାଏ -ସକାଳର ଚାହା ଆପଣଙ୍କ ଭୋକକୁ କମ କରି ଦେଇଥାଏ l ଯାହା ଦ୍ୱାରା ଆପଣ କିଛି ବି ଖାଇବାକୁ ଇଛା କରି ନଥାନ୍ତି l ଏହା ଆପଣଙ୍କ ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ l ଏଥିରେ ଆପଣଙ୍କ ମେଟାବୋଲିଯିମ ଅତ୍ୟନ୍ତ ଧୀର ହୋଇଯାଇଥାଏ l ଯଦି ଆପଣ ସକାଳୁ ସ୍ୱାସ୍ଥ୍ୟ କର ଜଳଖିଆ ଖାଇ ଚାହା ପିଉଛନ୍ତି ଏହା ଆପଣଙ୍କ ମେଟାବୋଲିଯିମକୁ ବଢ଼ାଇ ପରେ l

* ବ୍ୟସ୍ତତାକୁ ବଢ଼ାଇଥାଏ -ଚାହାରେ ଥିବା ଟେନିନ ଶରୀରରେ ଆଇରନର ଅବଶୋଷଣକୁ କମ କରିଥାଏ l ଏମିତିରେ ଦେଖିବାକୁ ଗଲେ ଏକ କପ ଚାହା ଆପଣଙ୍କୁ ସତେଜ ଓ ଫୁର୍ତି କରି ଦେଇଥାଏ ,କିନ୍ତୁ ଏହା ଆପଣଙ୍କ ବାୟୋଲୋଜିକାଲ କ୍ଳlକରେ ଅସୁଵିବିଧା ସୃଷ୍ଟି କରିଥାଏ ଓ ମନକୁ ବିବ୍ରତ କରିଥାଏ l

Show More

Related Articles

Back to top button