ସ୍ୱାସ୍ଥ୍ୟ

ଆୟୁର୍ବେଦରେ ରହିଛି ଇମ୍ୟୁନିଟି ବୃଦ୍ଧିର ଗନ୍ତାଘର

ସହଜ ହେଲଲା ଅନୁବଂଶିକ ଭାବରେ ଇମ୍ୟୁନିଟି ଉପରେ ପ୍ରଭାବ ପକାଇବା ,କଲଜ ହେଲା ଋତୁକୁ ନେଇ ବଦଳୁଥିବା ପ୍ରକୃତି ସହିତ ଇମ୍ୟୁନିଟି ଉପରେ ପ୍ରଭାବ ,ଯୁକ୍ତିକୃତି ହେଲା ଖାଦ୍ୟ ଓ ଯୋଗ ଅଭ୍ୟାସ ଦ୍ୱାରା ଇମ୍ୟୁନିଟିରେ ପରିବର୍ତନ

ଶୀତଋତୁରେ ସାଧାରଣତଃ ଆମମାନଙ୍କର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇଯାଇଥାଏ l ତେଣୁକରି ଏହି କାରଣରୁ ଶୀତଋତୁରେ ଲୋକମାନେ ଅଧିକ ରୋଗରେ ପଦେଇଥାନ୍ତି l ଆୟୁର୍ବେଦ ଚିକିତ୍ସକ ମାନେ କହିଛନ୍ତି ଯେ ଇମ୍ୟୁନିଟି ତିନି ପ୍ରକାରର ହୋଇଥାଏ ,ସହଜ ,କଲଜ ,ଯୁକ୍ତିକୃତି lବିଶେଷଜ୍ଞ ମାନେ କହୁଛନ୍ତି ଯେ ଯଦି ଆମେ ଆୟୁର୍ବେଦକୁ ନିଜ ଜୀବନ ଚର୍ଯ୍ୟାରେ ସାମିଲ କରିବା ତେବେ ଆମର ଇମ୍ୟୁନିଟି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ l

ଶୀତଦିନରେ ବିଭିନ୍ନ ପ୍ରକାରର ପନିପରିବା ବଜାରରେ ଦେଖିବାକୁ ମିଳିଥାଏ ,ଆୟୁର୍ବେଦ ଚିକିତ୍ସକ ମାନେ କହୁଛନ୍ତି ଯେ ଏହି ପାଣି ପରିବାକୁ ଆମେ ସିଝାଇ ସେଥିରେ କିଛି ଖାଦ୍ୟ ପ୍ରସ୍ତୁତ କରି ଖାଇବା ତାହା ଆମର ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିବ l ଗାଜର ,ବିଟରୁଟ ,ଶାଗ ଓ ଅନ୍ୟ ଶୀତଦିନିଆ ପନିପରିବା ଖାଇବା ସ୍ୱାସ୍ଥ୍ୟ ପକ୍ଷ ହିତକର l କିନ୍ତୁ ଏହିସବୁ ପନିପରିବା କୁ ସିଝାଇ ଖାଇବା ଦ୍ୱାରା ଆମ ଦେହକୁ ଲାଭ ମିଳିଥାଏ l ସୀତା ଦିନରେ ଫର୍ଜନ ଫୁଡ ଖାଇବା ସ୍ୱାସ୍ଥ୍ୟପକ୍ଷ ହିତକର ନୁହେଁ ଏହା ଶରୀରକୁ କ୍ଷତି କରିଥାଏl

ଶୁଖିଲା ଫଳ ଆଣ୍ଠୁଗଣ୍ଠି ପାଇଁ ସଞ୍ଜୀବନୀ -ଶୀତଦିନରେ ଶୁଖିଲା ଫଳ ଆଣ୍ଠୁଗଣ୍ଠିର ଯନ୍ତ୍ରଣା ପାଇଁ ସଞ୍ଜୀବନୀ ବୁଟୀ ବୋଲି ଆୟୁର୍ବେଦ ଚିକିତ୍ସକ କହିଛନ୍ତି l ଶୀତଋତୁରେ ଛୋଟ ପିଲା ,ଯୁବକ ଏବଂ ବୃଦ୍ଧ ସମସ୍ତଙ୍କୁ ନିଜ ଖାଦ୍ୟରେ କାଜୁ ,ପିସ୍ତା ,ଖଜୁରୀ ,ଅଲମଣ୍ଡ ଓ ଅଖରୋଟକୁ ନିଜ ଖାଦ୍ୟରେ ସାମିଲ କରିବା ବଶ୍ୟକ l ଏହି ଫଳ ଗୁଡିକ ଆମ ଶରୀରର ଇମ୍ୟୁନିଟି ବଢାଇବା ସହିତ ଶରୀରକୁ ଭିତରୁ ଗର୍ମ ମଧ୍ୟ ରଖିଥାଏ l ଏହି ଫଳ ଗୁଡିକୁ ଆମେ ଯଦି ନିଜ ଖାଦ୍ୟରେ ସାମିଲ କରିବା ତେବେ ଏଥିରୁ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ପାଇବା l ଯେଉଁ ପୋଷାକ ତତ୍ୱ ଗୁଡିକ ଶୀତଋତୁରେ ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ lଶୀତଋତୁରେ ଅଳସୁଆ ଲାଗିବାର ଗୋଟିଏ କାରଣ ହେଉଛି ଇମ୍ୟୁନିଟି ଆମ ଶରୀରରେ କାମ କରି ନଥାଏ l ଶରୀରକୁ ଫୁର୍ତି ରଖିବା ପାଇଁ ଆମକୁ ଯୋଗ ଓ ବ୍ୟୟମର ସାହାଯ୍ୟ ନେବାକୁ ପଡିବ l ଏପରି କରିବା ଦ୍ୱାରା ଆମର ଇମ୍ୟୁନିଟି ଉନ୍ନତ ହେବl

Show More

Related Articles

Back to top button