ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଭୃଶଙ୍ଗ ପତ୍ରର ଉପକାରିତା ବିଷୟରେ

ସାଧାରଣତଃ ଭୃଶଙ୍ଗ ପତ୍ରକୁ ଖାଦ୍ୟର ସ୍ୱାଦ ଏବଂ ବାସ୍ନାକୁ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଭୃଶଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଭୃଶଙ୍ଗ ପତ୍ରରେ ଖାଦ୍ୟର ସ୍ୱାଦ ବଢ଼ାଇବା ବ୍ୟତୀତ ଆଉ କ’ଣ ସବୁ ଔଷଧୀୟ ଗୁଣ ଭରି ରହିଛି

୧. ଖାଲି ପେଟରେ ଭୃଶଙ୍ଗ ପତ୍ର ଖାଇବା ଦ୍ଵାରା ଶରୀରର ଓଜନ କମିଥାଏ। ଏଥିପାଇଁ ପାଣିରେ ୧୦ରୁ ୨୦ଟି ଭୃଶଙ୍ଗ ପତ୍ର ଫୁଟାଇ ଦିଅନ୍ତୁ। ଏହା ପରେ ଏଥିରେ ଲେମ୍ବୁ ଏବଂ ମହୁ ମିଶାଇ ପ୍ରତିଦିନ ଖାଲି ପେଟରେ ପିଇ ଦିଅନ୍ତୁ। କେବଳ ଏତିକି ନୁହେଁ ଭୃଶଙ୍ଗ ପତ୍ରକୁ ବାଟି ଏହାର ରସକୁ କ୍ଷୀରରେ ମିଶାଇ ଦିନକୁ ଦୁଇ ତିନିଥର ପିଇବା ଦ୍ଵାରା ମଧ୍ୟ ତରଳ ଝାଡ଼ାରୁ ଉପଶମ ମିଳିଥାଏ। ଏଥିସହିତ ପେଟର ପିତ୍ତ ଦୋଷକୁ ଏହା ଦୂର କରିଥାଏ।

୨. ଭୃଶଙ୍ଗ ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗସର ଗୁଣ ରହିଥାଏ, ଯାହା ତ୍ୱଚାକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ।

୩.ଏଥିରେ ଭିଟାମିନ୍‌-ଏ ରହିଛି ଯାହା ଆମ ଆଖି ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ଭିଟାମିନ୍‌-ଏ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ । ଏହା ଦ୍ଵାରା ଆଖିର ଦୃଷ୍ଟିଶକ୍ତି କମି ଯାଇଥାଏ। ଖାଲି ପେଟରେ ଭୃଶଙ୍ଗ ପତ୍ର ଖାଇବା ଦ୍ଵାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।

୪. ଭୃଶଙ୍ଗ ପତ୍ର କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଦୂରରେ ରଖିଥାଏ। ଭୃଶଙ୍ଗ ପତ୍ର ଆଣ୍ଟି ବ୍ୟାକ୍ଟେରିଆ ଭଳି କାମ କରିଥାଏ। ଯେଉଁଥିରେ ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇଯାଇଥାଏ।

୫. ଭୃଶଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ୱ ଦ୍ଵାରା ଶୀଘ୍ର କେଶ ପାଚି ନଥାଏ। ଏଥିସହିତ କେଶ ଝଡ଼ିବା ସମସ୍ୟା ମଧ୍ୟ କମିଯାଇଥାଏ। ଏହା ରୁପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

Show More

Related Articles

Back to top button