Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ବିଧାନସଭାକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ କଲେ ବାଚସ୍ପତି

ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ଅଧିବେଶନ।କୋଭିଡ କଟକଣା ଭିତରେ ସମସ୍ତ ଗାଇଡ଼ଲାଇନକୁ ମାନି ଅଧିବେଶନ କରାଯାଇଛି। ଏଥିରେ ସମୁଦାୟ ୭ ଟି ବିଲ୍ ପାରିତ ହୋଇଛି। ଏବଂ ୩ଟି ମୁଲତବୀ ନୋଟିସ ଆସିଥିଲା। ଏଥର ପ୍ରଶ୍ନକାଳ ହୋଇନ ଥିଲା। କେବଳ ଅନତାରକା ପ୍ରଶ୍ନ , ମୁଲତବୀ ନୋଟିସ ଓ ଶୂନ୍ୟକାଲ ହୋଇଥିଲା। ତେବେ ଆଜି ଦିନ ତମାମ ବିଧାନସଭାର କୌଣସି ବିଜନେସରେ ଅଂଶଗ୍ରହଣ କରି ନଥିଲା ବିଜେପି।ପି ଏମ କିଷାନ ଯୋଜନାରେ ମୁଲତବୀ ନୋଟିସକୁ ଗ୍ରହଣ ନ କରିବା ଓ ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ନ କରିବାକୁ ନେଇ ଗୃହରେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ବିରୋଧୀ ଦଳକୁ ଅଣଦେଖା କରାଯାଉଛି ଓ କହିବାକୁ ସୁଯୋଗ ଦିଆଯାଉନାହିଁ ବୋଲି ଅଭିଯୋଗ କରିଥିଲେ ଏବଂ ବାଚସ୍ପତି ପକ୍ଷପାତିତା କରୁଥିବାର ବି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କୁ ନେଇ ବିଧାନସଭା ଅଧାରୁ ରାଜ୍ୟପାଳ ଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଆଜି ଗୋଟିଏ ଦିନରେ ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ ୫ଟି ବିଲ ପାରିତ ହୋଇଛି। ଏଥିରେ ରହିଛି ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ, ଓଡ଼ିଶା ପୌର ବିଧି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବା ବିଲ। ଏଥର ଅଧିବେଶନ ରେ କୋଭିଡ଼ ସମସ୍ତଙ୍କର କୋଭିଡ ଟେଷ୍ଟ ହୋଇଥିଲା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଧିବେଶନ ସମୟରେ ବରିଷ୍ଠ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହକି ମୁଲତବୀ ରଖାଯାଇଥିଲା।

Show More

Related Articles

Back to top button