ବାଣିଜ୍ୟ

ଜିଓକୁ ଟକ୍କର ଦେବ ବିଏସ୍‌ଏନଲ୍‌

ବାର୍ଷିକ ପ୍ଲାନ୍‌ ଦେବ ଅନ୍ୟ ସଂସ୍ଥା ଠାରୁ ଅଧିକ ଫାଇଦା, ଗ୍ରାହାକଙ୍କ ପାଇଁ ୧୧ ଶହ ଟଙ୍କା ଶସ୍ତା

ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନଲ୍‌ର ପ୍ଲାନ୍‌ ବାସ୍ତବରେ ଲାଭ ପ୍ରଦାନ କରୁଛି । ଦ୍ରୁତ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଜିଓ ଏହାର ପ୍ଲାନ୍‌ ଜରିଆରେ ଲୋକଙ୍କ ପାଖରେ ଆଦୃତ ହେଉଛି । ଏହି ତୁଳନାରେ ବିଏସ୍‌ଏନଲ୍‌ ମଧ୍ୟ ପଛରେ ପଡ଼ିନାହିଁ । ଏହାର କିଛି ପ୍ଲାନ୍‌ ଜିଓକୁ ମଧ୍ୟ ଟକ୍କର ଦେବ । ବିଏସ୍‌ଏନଲ୍‌ ଦେଉଥିବା ବାର୍ଷିକ ପ୍ଲାନ୍‌ରେ ଗ୍ରାହାକଙ୍କୁ ପାଖାପାଖି ୧୧ ଶହ ଟଙ୍କାର ଫାଇଦା ଦେବ । ବିଏସ୍‌ଏନଲ୍‌ ଦେଉଥିବା ୨,୩୯୯ ପ୍ଲାନ୍‌ ଏବଂ ଜିଓ ଦେଉଥିବା ୩,୪୯୯ ପ୍ଲାନ୍‌ ମଧ୍ୟରେ ଏହି ଟକ୍କର । ଏହି ପ୍ଲାନ୍‌ରେ ଦୁଇ କମ୍ପାନୀ ୩ ଜିବି ଡାଟା ଦେଇଥାନ୍ତି । କିନ୍ତୁ ଦାମ୍‌ରେ ଦୁଇ କମ୍ପାନୀ ମଧ୍ୟରେ ବଡ଼ ଅନ୍ତର ରହିଛି ।

ଜିଓ ୩,୪୯୯ ପ୍ଲାନ୍‌ରେ ୩୬୫ ଦିନ ପାଇଁ ୩ ଜିବି ଡାଟା ଦେଇଥାଏ । ଅର୍ଥାତ ବାର୍ଷିକ ଏହା ୧୦୯୫ ଜିବି ଡାଟା ଦେଇଥାଏ । ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ଅନ୍‌ଲିମିଟେଡ୍‌ କଲିଂର ସୁବିଧା ମିଳିଥାଏ । ଏଥି ସହିତ ବିଭିନ୍ନ ମନୋରଞ୍ଜନଧର୍ମୀ ପ୍ଲାଟଫର୍ମ ମଧ୍ୟ ଜିଓ ଦେଇଥାଏ । ହେଲେ ବିଏସ୍‌ଏନଲ୍‌ର ୨,୩୯୯ ପ୍ଲାନ୍‌ ୪୨୫ ଦିନ ପାଇଁ ଉପଲବ୍ଧ । ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ । ଏହା ଜିଓ ଠାରୁ ଅଧିକ ୬୦ ଦିନ ସେବା ଯୋଗାଇଥାଏ । ଯାହାଫଳରେ ଏହା ଗ୍ରାହାକଙ୍କୁ ୧୨୭୫ ଜିବି ଡାଟା ଦେଇଥାଏ । ଏହା କେବଳ ଗୋଟିଏ ଓଟିଟି ପ୍ଲାଟ୍‌ଫର୍ମକୁ ଦେଖିବା ପାଇଁ ସେବା ଦେଇଥାଏ ।

Show More

Related Articles

Back to top button