ଦେଶମୁଖ୍ୟ ଖବର

ସ୍ୱଦେଶ ଫେରିଲେ ପ୍ରଧାନମନ୍ତ୍ରୀ

ଆମେରିକାରୁ ସ୍ୱଦେଶ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତିନି ଦିନିଆ ଆମେରିକା ଗସ୍ତପରେ ଆଜି ନିଜ ଦେଶକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ପାଲମ ଏୟାରପୋର୍ଟରେ ତାଙ୍କ ବିମାନ ଆସି ପହଞ୍ଚିଛି । ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଛନ୍ତି । ଗତକାଲି ମୋଦୀ ଜାତିସଂଘରେ ସମ୍ବୋଧନ କରିଥିଲେ । ଆଜି ତାଙ୍କ ବିମାନ ପାଲମ ଏୟାରପୋର୍ଟ ଲ୍ୟାଣ୍ଡ କରିଥିଲା ।

ଏୟାରପୋର୍ଟ ବାହାରେ ଅନେକ ସଂଖ୍ୟାର ଲୋକ ଭିଡ଼ ଜମାଇଥିଲେ । ମୋଦୀଙ୍କ ସ୍ୱାଗତ କରିବା ପାଇଁ ମହାରାଷ୍ଟ୍ର ଠାରୁ ଆରମ୍ଭ କରି ପଞ୍ଜାବର କଳାକାର ମାନେ ପାଲମ ବିମାନବନ୍ଦରରେ ଉପସ୍ଥିତ ଥିଲେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସ ଦେଇଛନ୍ତି ଯେ, ଆଗାମୀ ବର୍ଷ ଗୁଡ଼ିକରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ ।

Show More

Related Articles

Back to top button