ଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ୧୧ ଜିଲ୍ଲାରେ ଛୁଟି ରହିବ ସ୍କୁଲ

ଆଜି ରାଜ୍ୟରେ ଅନୁଭୂତ ହେଉଛି ‘ଗୁଲାବ’ ର ପ୍ରଭାବ । ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ଛୁଟି ରହିବ ସ୍କୁଲ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ସୁଚନା ଯେ, ଶ୍ରୀକାକୁଲମ୍ ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏନେଇ ବାତ୍ୟା ଗୁଲାବ ମୁକାବିଲା ନେଇ ସମୀକ୍ଷା ବୈଠକରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ମଧ୍ୟ ରାତ୍ରିରେ ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଶ୍ରୀକାକୁଲମ୍ ଜିଲ୍ଲାରେ ଗୁଲାବ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫ରୁ ୮୫ କିମି ରହିବ । ଗଜପତି, କୋରାପୁଟ, ମାଲକାନାଗିରି ନେଇ ଛତିଶଗଡ଼କୁ ଗତି କରିବ ବୋଲି ସୂଚନା ରହିଛି ।

Show More

Related Articles

Back to top button