ଦେଶମୁଖ୍ୟ ଖବର

ବାତ୍ୟା ‘ଗୁଲାବ’ ପାଇଁ ୨୪ଟି ଟ୍ରେନ୍ ବାତିଲ

ବାତ୍ୟା ‘ଗୁଲାବ’ କୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୨୪ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି । ଆଜି (୨୬) ତାରିଖରେ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଟ୍ରେନ୍‌(୦୮୪୬୩), ଭୁବନେଶ୍ବର-ଯଶବନ୍ତପୁର ଟ୍ରେନ୍‌(୦୨୮୪୫) , ଭୁବନେଶ୍ୱର-ବିଶାଖାପାଟଣା (୦୮୯୬୯) ବିଶାଖାପାଟଣା-ଭୁବନେଶ୍ୱର(୦୮୫୭୦) , ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଟ୍ରେନ୍‌(୦୭୦୧୫) ଓ ଭୁବନେଶ୍ବର ତିରୁପତି(୦୨୦୭୧)କୁ ବାତିଲ କରାଯାଇଛି ।

ସେହିପରି ପୁରୀ-ଗୁଣୁପୁର (୦୮୪୧୭), ପୁରୀ ଚେନ୍ନାଇ ସେଣ୍ଟ୍ରାଲ(୦୨୮୫୯), ଗୁଣୁପୁର- ବିଶାଖାପାଟଣା(୦୮୫୨୧),ବିଶାଖାପାଟଣା- ଗୁଣୁପୁର(୦୮୫୨୨) ବାତିଲ୍ ହୋଇଛି । ଅନ୍ୟପଟେ, ଭୁବନେଶ୍ବର-ପଲାସା(୦୮୪୩୩),ବିଶାଖାପାଟଣା- ଟାଟା(୦୮୫୭୨) ,ବିଶାଖାପାଟଣା-କୋର୍ବା(୦୮୫୧୮),ଚେନ୍ନାଇ-ପୁରୀ(୦୨୮୬୦),ପଲାସା-ଭୁବନେଶ୍ୱର(୦୮୪୩୪),ରାୟଗଡ଼ା-ବିଶାଖାପାଟଣା (୦୮୫୦୭) ଓ ଅନ୍ୟ ସବୁ ଟ୍ରେନ ବାତିଲ୍ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହକିଛି ସ୍ବତନ୍ତ୍ର ଟ୍ରେନ୍‌ର ମଧ୍ୟ ଗତିପଥ ପରିବର୍ତ୍ତନ କରାଯାଇଛି । ଏହା ବ୍ୟତୀତ ୫ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ ହୋଇଛି । ପରିସ୍ଥିତିକୁ ନଜରରେ ରଖି ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମଧ୍ୟ ଦେଇ ୨୬ ଓ ୨୭ ତାରିଖରେ ଚଳାଚଳ କରିବାକୁ ଥିବା ୧୧ଟି ଟ୍ରେନ୍ ଉପରେ ନଜର ରଖାଯାଇଛି । ବାତ୍ୟାର ପବନ ବେଗକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପାଟ୍ରୋଲିଂ ବଢ଼ାଯିବା ସହ ପ୍ରବଳ ବର୍ଷା ଯୋଗୁଁ ରେଲ ଲାଇନ୍‌ ମରାମତି ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି ।

Show More

Related Articles

Back to top button