ବାଣିଜ୍ୟ

୯୦୦୦ ଟଙ୍କା ଶସ୍ତାରେ ଏବେ କିଣନ୍ତୁ ସୁନା, ରହିଛି ବଡ ସୁଯୋଗ !

ଆଗକୁ ବଢିଯିବ ଦାମ୍

ସୁନାର ଦାମ୍ ଲଗାତର ଭାବେ ହ୍ରାସ ପାଉଛି । ସୋମବାର ମଧ୍ୟ ଦାମ୍ କମିଛି । ବିଶ୍ୱ ବଜାର ସହ ଭାରତୀୟ ବଜାରରେ ମଧ୍ୟ ଚମକ ହରାଉଛି ସୁନା । ସେହିପରି ରୁପା ୭୦ ହଜାର ଟଙ୍କା ଉପରେ କାରବାର କରୁଛି ।ଏମସିଏକ୍ସରେ ସୁନା ସୋମବାର ସକାଳ ୧୦ ଗ୍ରାମ ପିଛା ୪୭୩୦୯ ଟଙ୍କାରେ କାରବାର କରୁଛି । ତେବେ ରୁପା କେଜି ପିଛା ୦.୩୫ ପ୍ରତିଶତ ବୃଦ୍ଧି ପାଇ ୭୦୪୨୫ ଟଙ୍କାରେ ରହିଛି । ଏବେବି ସୁନା ନିଜର ସର୍ବାଧିକ ଦରଠୁ ୯୦୦୦ ଟଙ୍କା କମ୍ ଅଛି ।ଏଠାରେ କହିରଖୁଛୁ ଯେ, ୨୦୨୦ରେ ସୁନା ସର୍ବାଧିକ ସ୍ତରରେ ପହଁଚିଥିଲା ।

ଦର ୧୦ ଗ୍ରାମ ପିଛା ୫୬୨୦୦ ଟଙ୍କାରେ ପହଁଚି ଯାଇଥିଲା ।ବିଶ୍ୱ ବଜାରରେ ମଧ୍ୟ ସୁନା ଦାମ୍ କମିଛି । ଦର ୦.୧ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୭୮୫. ୪୧ ଡଲାରରେ କାରବାର କରୁଛି। ରୁପା ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୨୬.୪୦ ଡଲାରରେ କାରବାର କରୁଛି ।ବିଶେଷଜ୍ଞଙ୍କ କହିବାନୁସାରେ, ସୁନା ନିଜ ରେକର୍ଡ ଭାଙ୍ଗି ୬୦୦୦୦ ଟପିପାରେ । ତେଣୁ ନିବେଶକ ୬ ମାସର ଅବଧିରେ ଭଲ ଲାଭ କମାଇ ପାରନ୍ତି । ଗତବର୍ଷ ସୁନା ୨୮ ପ୍ରତିଶତ ରିଟର୍ଣ୍ଣ ଦେଇଥିଲା । ଟର୍ମରେ ନିବେଶ କଲେ ଭବିଷ୍ୟତରେ ଭଲ ରିଟର୍ଣ୍ଣ ମିଳିବ ।

Show More

Related Articles

Back to top button