ମନୋରଞ୍ଜନ

ବଡ ପରଦାରେ ପୁଣି ଏକାସଙ୍ଗେ ନଜର ଆସିବ ଗୋବିନ୍ଦା-ରବିନାଙ୍କ ସୁପରହିଟ୍ ଯୋଡି

ଗୋବିନ୍ଦା ଓ ରବିନା ଟଣ୍ଡନଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ। ଦୁହେଁ ବଲିଉଡର ଅନେକ ସୁପରହିଟ ଫିଲ୍ମରେ ନଜର ଆସିଛନ୍ତି

ଦୁହିଁଙ୍କ ଅଭିନୀତ ‘ଦୁଲ୍ହେ ରାଜା’, ‘ଆଣ୍ଟି ନମ୍ବର-୧’, ‘ଆଖିୟୋନ ସେ ଗୋଲୀ ମାରେ’ ଆଦି ଫିଲ୍ମ ଦର୍ଶକଙ୍କ ମନ ଜିଣିଥିଲା। ରବିନା ଟଣ୍ଡନ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ସୋସିଆଲ ମିଡ଼ିଆରେ କିଛି ନା କିଛି ପୋଷ୍ଟ କରୁଥାନ୍ତି। ସେ ଇନଷ୍ଟାଗ୍ରାମରେ ଏକ ବଡ ଖୁଲାସା କରିଛନ୍ତି। ସେ ଗୋବିନ୍ଦାଙ୍କ ସହ ନିଜର କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଫଟୋ ଓ ଭିଡିଓ ସେୟାର କରି ସେ କହିଛନ୍ତି ସେ ଶୀଘ୍ର ଗୋବିନ୍ଦାଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବେ।
ରବିନାଙ୍କ ଏହି ପୋଷ୍ଟରୁ ଅନୁମାନ କରାଯାଉଛି ଯେ ସେ ପୁଣିଥରେ ଗୋବିନ୍ଦାଙ୍କ ସହ ନଜର ଆସିବେ। ସେ ନିଜର ନୂଆ ପ୍ରୋଜେକ୍ଟର ସୁଟିଂ ମଧ୍ୟ ପୁରା କରିସାରିଛନ୍ତି।

ଏହାହିଁ ଖବର ପରେ ଅଭିନେତା ଅଭିନେତ୍ରୀଙ୍କ ପ୍ରଶଂସକ ଖୁବ ପ୍ରସନ୍ନ। ରବିନା ଗୋବିନ୍ଦାଙ୍କ ସହ କିଛି ଫଟୋ ସେୟାର କରି ଲେଖିଛନ୍ତି ଯେ, “ଗ୍ରେଟ ରିୟୁନିୟନ ! ଆମେ ପୁଣିଥରେ ଏକାସଙ୍ଗେ ନଜର ଆସିବୁ ! କେବେ ? କେଉଁଠି ? ଏବଂ କଣ ? ଖୁବ ଶୀଘ୍ର ଆସୁଛୁ।” ରବିନା ପ୍ରାୟ ୪ ଘଣ୍ଟା ପୂର୍ବରୁ ଏହି ପୋଷ୍ଟ ସେୟାର କରିଥିଲେ ଯାହାକୁ ୯୦ ହଜାର ୟୁଜର୍ସ ଲାଇକ କରି ସାରିଛନ୍ତି। ପ୍ରଶଂସକଙ୍କ ସହ ସେଲିବ୍ରିଟି ମଧ୍ୟ ଏହି ଯୋଡିକୁ ପୁଣି ବଡ ପରଦାରେ ଦେଖିବାକୁ ଇଚ୍ଛୁକ।ଗୋବିନ୍ଦା ଓ ରବିନା ୯୦ ଦଶକର ସୁପରହିଟ ଯୋଡି। ଦୁହେଁ ଅନେକ ଫିଲ୍ମରେ କାମ କରିଛନ୍ତି। ଗୋବିନ୍ଦା ବହୁ ଦିନ ହେଲା ବଲିଉଡକୁ ଫେରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସଫଳ ହୋଇନଥିଲେ। ବର୍ତ୍ତମାନ ସେ ରବିନାଙ୍କ ସହ ଏକ ଭଲ କମବ୍ୟାକ ଆଶା କରିଛନ୍ତି।

Show More

Related Articles

Back to top button