Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ନେଇ ରାଜ୍ୟ ବିଜେପିର ଅଭିଯୋଗ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ହୋଇଛି । ଏକଥା ଆମେ କହୁ ନାହୁଁ । ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ଅଭିଯୋଗ ଆଣିଛନ୍ତି ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ହୋଇଛି । ଏକଥା ଆମେ କହୁ ନାହୁଁ । ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ରୀୟ ତଦନ୍ତକାରୀ ଟିମ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଅଯୋଗ୍ୟ ହିତାଧିକାରୀଙ୍କ ବାପା ନାମରେ ଘର ମିଳିଛି । ନିଆଳି ବ୍ଲକରେ ଗୁହାଳ ପାଇଁ ବି ଅର୍ଥ ଦିଆଯାଇଛି । ଆବଣ୍ଟିତ ଘରେ ବିଜୁ ପକ୍କାଘର ଫଳକ ବଡ଼ ଆକରରେ ଲଗାଯାଇଛି । ୯୮, ୫୬୨ ଜଣ ହିତାଧିକାରୀଙ୍କୁ ମାନୁଆଲି ପାଣ୍ଠି ହସ୍ତାନ୍ତର କରାଯାଇଛି ।

ପ୍ରତି ଘର ପାଇଁ ଲକ୍ଷେ ୨୦ ହଜାର ହିସବାରେ ପ୍ରାୟ ହଜାରେ କୋଟିର ଦୁର୍ନୀତି ହୋଇଛି । ଅଧିକାଂଶ ଘର ନିର୍ମାଣ ନିମ୍ନମାନର । ଝରକା ଓ ଶୌଚାଳୟ ଆଦି ନାହିଁ । ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନାହିଁ । ଝାରସୁଗୁଡ଼ାକୁ ମାତ୍ର ୪ଟି ଘର ମିଳିଛି । ତେବେ ଆବାସ ଦୁର୍ନୀତି ପ୍ରତିବାଦରେ ଆସନ୍ତା ୭, ୮ ଓ ୯ ତାରିଖରେ ବିଜେପି ଆନେ୍ଦାଳନ କରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

Show More

Related Articles

Back to top button