ଦେଶ ବିଦେଶ

୭.୪ତୀବ୍ରତାର ଭୂକମ୍ପ ଝଟ୍‌କା, ସୁନାମୀର ଚେତାବନୀ ଦେଲା ପାଣିପାଗ ବିଭାଗ

ଜୋରଦାର ଭୂକମ୍ପ ଝଟ୍‌କା । ୭.୪ ଭୂକମ୍ପ ତୀବ୍ରତାରେ ଥରିଲା ମେକ୍ସିକୋର ଦକ୍ଷିଣରେ ଥିବା ଅକାପୁଳ୍କୋ ସହର । ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଥିବାର ଦେଖାଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋରେ ୭.୪ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ସହରରେ ୭.୪ତ୍ରୀବତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାପରେ ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ । ଭୁକମ୍ପରେ ତୀବ୍ରତା ଏତେ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଥିବାର ଦେଖାଯାଇଥିଲା।

 

ଏପରିକି ଅନେକ ସ୍ଥାନରେ ଫାଟ୍‌ ସୃଷ୍ଟି ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର କ୍ଷୟକ୍ଷତି ହୋଇଛି । ସେନେଇ କିଛି ବିଶେଷ ସୂଚନା ମିଳିନାହିଁ ।ସେହିପରି ୭.୪ ତୀବ୍ରତାର ଭୂକମ୍ପ ପରେ ବର୍ତ୍ତମାନ ମେକ୍ସିକୋରେ ସୁନାମି ହେବାର ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞମାନେ ଏ ସମ୍ପର୍କରେ ଏକ ଚେତାବନୀ ମଧ୍ୟ ଜାରି କରିଛନ୍ତି । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button