Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୪ଘଣ୍ଟାରେ ପ୍ରବଳ ବର୍ଷା !

ରାଜ୍ୟ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା। ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି। ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିହପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେପଟେ ଓଡିଶା ଉପରେ ଥିବା ମନସୁନ୍ ଟ୍ରାପ୍ ଦକ୍ଷିଣ ଓଡିଶା ମୁହାଁ ହେଉଥିବା ବେଳେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୯ ଏବଂ ୧୦ ତାରିଖରୁ ବର୍ଷାର ପରିମାଣ ବଢିବ। ରାଜ୍ୟର ୨୦ ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ନିଅଣ୍ଟିଆ ବର୍ଷା ପାଇଁ ରାଜ୍ୟରେ ମରୁଡି ସ୍ଥିତି ଦେଖାଦେଇଛି। ସେପ୍ଟେମ୍ବର ମାସରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷାର ଅଭାବକୁ ପୂରଣ କରିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ମତ୍ସ୍ୟଜିବୀଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ ହୋଇଛି।

Show More

Related Articles

Back to top button