ବାଣିଜ୍ୟ

ଏବେ ଗାଧୋଇବା ଏବଂ କପଡା ଧୋଇବା ବି ହେଲା ମହଙ୍ଗା, ପ୍ରମୁଖ କମ୍ପାନୀ ବଢାଇଲେ ଦାମ୍

ମହଙ୍ଗା, ମହଙ୍ଗା ଏବେ ସବୁ ମହଙ୍ଗା। ଖାଇବା ତେଲ ମହଙ୍ଗା, ପରିବା ତେଲ ମହଙ୍ଗା, ପେଟ୍ରୋଲ ମହଙ୍ଗା, ଡିଜେଲ୍ ମହଙ୍ଗା ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା। ଏବେ ସାବୁନ ଓ ସର୍ଫର ଦାମ ମଧ୍ୟ ବଢିବାକୁ ଯାଉଛି।

ଫାଷ୍ଟ-ମୁଭିଙ୍ଗ କଞ୍ଜ୍ୟୁମର ଗୁଡ୍ସ(ଏଫଏମସିଜି) କ୍ଷେତ୍ରର ପ୍ରମୁଖ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍(ଏଚୟୁଏଲ) ଗାଧୋଇବା ଏବଂ କପଡା ସଫା କରାଯାଉଥିବା ସାବୁନ, ସର୍ଫ ଏବଂ ଅନ୍ୟ ଉତ୍ପାଦର ଦାମ ବଢାଇଛନ୍ତି।

ହ୍ଵିଲ୍‌ର ଦାମ ଏତେ ବଢିଲା

ହିନ୍ଦୁସ୍ତାନ ୟୁନିଲିଭର ଡିଟରଜେଣ୍ଟ ଶ୍ରେଣୀରେ ଏକ କିଲୋଗ୍ରାମ ଏବଂ ୫୦୦ ଗ୍ରାମ ପ୍ୟାକେଟ୍‌ ହ୍ଵିଲର ମୂଲ୍ୟ ବଢାଇଛନ୍ତି। ଏହି ବୃଦ୍ଧି ୩.୫ ପ୍ରତିଶତ କରାଯାଇଛି। ଏବେ ହ୍ଵିଲର ୫୦୦ ଗ୍ରାମ ପ୍ୟାକେଟ୍‌ର ମୂଲ୍ୟ ୨୯ ଟଙ୍କା ଯାହା ପୂର୍ବେ ୨୮ ଟଙ୍କା ଥିଲା। ଏକ କିଲୋଗ୍ରାମ ହ୍ଵିଲ୍‌ର ମୂଲ୍ୟ ୫୮ ଟଙ୍କା ହୋଇଛି, ଯାହା ୫୬-୫୭ ଟଙ୍କା ଥିଲା।

ପାଞ୍ଚ ଟଙ୍କା ବଢିଲା ରିନ୍‌ର ଦାମ, ଛୋଟ ପ୍ୟାକେଟ୍‌ର ଓଜନ କମିଲା

କମ୍ପାନୀ ରିନ ଡିଟରଜେଣ୍ଟ ପାଉଡରର ଦାମ ମଧ୍ୟ ବଢାଇଛି। ଏବେ କିଲୋଗ୍ରାମ ରିନ୍‌ ପ୍ୟାକେଟ୍ ପାଇଁ ୮୨ ଟଙ୍କା ଦେବାକୁ ପଡିବ, ଯାହାର ମୂଲ୍ୟ ପ୍ରଥମେ ୭୭ ଟଙ୍କା ଥିଲା। ଛୋଟ ପ୍ୟାକେଟ୍‌ର ଓଜନ କମ କରାଯାଇ ଦର ବୃଦ୍ଧିରେ ସନ୍ତୁଳନ କରାଯାଇଛି। ଯେଉଁ ୧୫୦ ଗ୍ରାମ ରିନ୍‌ର ଦାମ ୧୦ ଟଙ୍କା ତାର ଓଜନ ଏବେ କମାଯାଇ ୧୩୦ ଗ୍ରାମ କରାଯାଇଛି। ଏହି ପରି ସର୍ଫ ଏକ୍ସେଲ ପରି ମହଙ୍ଗା ଉତ୍ପାଦର ଦାମ୍ ମଧ୍ୟ ଅଧିକ ବଢିଛି। ବର୍ତ୍ତମାନ ଏକ କିଲୋଗ୍ରାମ ପ୍ୟାକେଟ୍ ପାଇଁ ୧୪ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ।

 

ଲକ୍ସ ଓ ଲାଇଫବୟ ମଧ୍ୟ ମହଙ୍ଗା

କମ୍ପାନୀ ନିଜର ଲୋକପ୍ରିୟ ସାବୁନ ଲକ୍ସ ଓ ଲାଇଫବୟର ଦାମ ମଧ୍ୟ ବଢାଇଛନ୍ତି। ଏହାର ଦାମରେ ୮ ରୁ ୧୨ ପ୍ରତିଶତ ବଢାଯାଇଛି। ଲକ୍ସର ୧୦୦ ଗ୍ରାମ, ୫ ଇନ ୧ ପ୍ୟାକ୍‌, ଯାହାର ମୂଲ୍ୟ ପୂର୍ବେ ୧୨୦ ଟଙ୍କା ଥିଲା, ଏବେ ତାର ମୂଲ୍ୟ ୧୨୮ ରୁ ୧୩୦ ଟଙ୍କା ହୋଇଛି।

କଞ୍ଚାମାଲର ଦର ବୃଦ୍ଧି କାରଣରୁ ଏହି ସବୁ ଉତ୍ପାଦର ମୂଲ୍ୟ ବଢା ଯାଇଛି ବୋଲି କମ୍ପାନୀ କହିଛି। କିଛି କଞ୍ଚାମାଲର ଦାମ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି। ଦେଶରେ ମହଙ୍ଗା ଇନ୍ଧନ କାରଣରୁ ଆବଶ୍ୟକ ବସ୍ତୁର ପରିବହନ ମଧ୍ୟ ମହଙ୍ଗା ହୋଇଛି। ଏଥିପାଇଁ ସମସ୍ତ ବସ୍ତୁ ଏବଂ ସେବା ଉପରେ ଏହାର ପ୍ରଭାବ ପଡିଛି।

Show More

Related Articles

Back to top button