ଖେଳ

୫ ମହିଳା ଟିମ୍‌କୁ ମିଳିଲା ଆଇସିସି ଦିନିକିଆ ମାନ୍ୟତା

ଖେଳିପାରନ୍ତି ୨୦୨୫ ବିଶ୍ୱକପ

ମହିଳା କ୍ରିକେଟ୍‌କୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ପାଇଁ ବୁଧବାର ଆଇସିସି ପକ୍ଷରୁ ୫ଟି ଆସୋସିଏଟ୍‌ ଦଳକୁ ଦିନିକିଆ ମାନ୍ୟତା ପ୍ରଦାନ କରାଯାଇଛି । ନେଦରଲାଣ୍ଡ୍‌ସ, ପପୁଆ ନ୍ୟୁଗିନି, ସ୍କଟଲାଣ୍ଡ, ଥାଇଲାଣ୍ଡ ଏବଂ ଆମେରିକା ଦଳକୁ ଦିନିକିଆ ମାନ୍ୟତା ମିଳିଛି। ଏହି ୫ଟି ଯାକ ଦଳ ଆଗାମୀ ୨୦୨୫ ବିଶ୍ୱକପ୍‌ ଯୋଗ୍ୟତା ଦୌଡ଼ରେ ସାମିଲ୍‌ ହେବେ । ଗତ କିଛି ବର୍ଷ ହେବ ଥାଇଲାଣ୍ଡ ଦଳ ପ୍ରଭାବୀ ପ୍ରଦର୍ଶନ କରି ଆସିଥିଲା । ଥାଇଲାଣ୍ଡ ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଦିନିକିଆ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲା ।

ଅନ୍ୟ ପଟରେ ଆଇସିସି ପକ୍ଷରୁ ମହିଳା ଚାମ୍ପିଅନସିପ୍‌ର ନୂଆ ସଂସ୍କରଣ (୨୦୨୨-୨୫) ପାଇଁ ଦୁଇଟି ନୂଆ ଦଳ ସାମିଲ୍‌ କରାଯାଇଛି । ବାଂଲାଦେଶ ଓ ଆୟର୍ଲାଣ୍ଡ ଦଳ ଏହି ସଂସ୍କରଣରେ ସାମିଲ୍‌ ହେବେ । ଏଥର ୧୦ଟି ଦଳକୁ ନେଇ ମହିଳା ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦଳ ୮ଟି ତିନିମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବେ । ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୫ଟି ଦଳ ସମେତ ଆୟୋଜକ ଦଳ ଆଗାମୀ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବେ ।

Show More

Related Articles

Back to top button