Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଗୁଜରାଟରେ ହୀରା ଚୋରି, 4 ଗିରଫ

ସୁରଟ: ଡାଇମଣ୍ଡ ସିଟିରୁ ହୀରା ଚୋରି । ରବିବାର ପୂର୍ବାହ୍ନରେ ଗୁଜରାଟ ସୁରତ ସ୍ଥିତ ସରଥାଣାର ଶ୍ୟାମଧାମ ମନ୍ଦିର ନିକଟ ଗୁଜରାଟ ଆଙ୍ଗଡିଆ ଫାର୍ମରୁ 4ଜଣ ଲୋକ କୋଟିଏରୁ ଅଧିକ ଟଙ୍କାର ହୀରା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିଲେ । ତେବେ କିଛି ଘଣ୍ଟା ମଧ୍ୟରେ ପୋଲିସ ନଭସାରୀ-ଭାଲସାଡ ଜାତୀୟ ରାଜପଥରୁ ସେମାନଙ୍କୁ ଧରିଛି । ଅଭିଯୁକ୍ତଙ୍କ ସହ ଏକ କାର ଜବତ କରିଛି ପୋଲିସ । ହୀରା ଓ ଚୋରି ହୋଇଥିବା ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

Show More

Related Articles

Back to top button