Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ରାମବନ: ଜମ୍ମୁକଶ୍ମୀରର ରାମବନ ଜିଲ୍ଲାର ବନିହାଲ ଅଞ୍ଚଳରେ ଯବାନଙ୍କ ଆତ୍ମହତ୍ୟା । ରବିବାର ଦିନ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ଜଣେ ଯବାନ ନିଜର ସର୍ଭିସ ରାଇଫଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ, ବିହାରର ନିବାସୀ ସିଆରପିଏଫ ଯବାନ ବନିହାଲ-କାଞ୍ଜିଗୁଣ୍ଡ ନାୟଭୁଗ ସୁଡଙ୍ଗର ସୁରକ୍ଷା ନିମନ୍ତେ ନିୟୋଜିତ ଥିଲେ । ତେବେ ସେ ନିଜ ସର୍ଭିସ ରିଭରଭଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଏସଡିଏଚ ବନିହାଲ ପଠାଇ ଦିଆଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button