ଓଡ଼ିଶାପାଣିପାଗସ୍ୱତନ୍ତ୍ର

୪୦ ଡିଗ୍ରୀ ଉପରେ ୨୧ ସହର

ସୋନପୁର ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିବାବେଳେ କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଅସ୍ତବ୍ୟସ୍ତ ହୋଇଗଲେଣି ଜନ ସାଧାରଣ   ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଏଠାକାର ତାପମାତ୍ରା ୪୪.୪ ଡିଗ୍ରୀ ରହିଥିଲା । ଏହାଛଡ଼ା ଆଜି ରାଜ୍ୟର ୨୦ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ବଲାଙ୍ଗୀରରେ ମଧ୍ୟ ୪୪.୩ ଡିଗ୍ରୀ ତାପମାତ୍ରା ରହିଛି । ଟିଟିଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧, ବୌଦ୍ଧରେ ୪୩, ଝାରସୁଗୁଡ଼ା ୪୨.୮, ସୁନ୍ଦରଗଡ଼ରେ ୪୨.୫, ସମ୍ୱଲପୁରରେ ୪୨.୪, ଭବାନୀପାଟଣାରେ ୪୨ ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି ହୀରାକୁଦରେ ୪୧.୬, ବାରିପଦାରେ ୪୧, ପାରଳାଖେମୁଣ୍ଡିରେ ୪୧ଡିଗ୍ରୀ, ନୂଆପଡ଼ାରେ ୪୧ ଡିଗ୍ରୀ ତାପମାତ୍ରା ରହିଛି । କେନ୍ଦୁଝରରେ ୪୦.୨, ତାଳଚେରରେ ୪୦.୬, ଭଦ୍ରକରେ ୪୦.୦, ଢେଙ୍କାନାଳରେ ୪୦.୦, ଦେବଗଡ଼ରେ ୪୨.୦, ବରଗଡ଼ରେ ୪୦.୫, ନୂଆପଡ଼ାରେ ୪୧.୦, ଖୋର୍ଦ୍ଧାରେ ୪୦.୦, ବୌଦ୍ଧରେ ୪୩.୦, ପାରଳାଖେମୁଣ୍ଡିରେ ୪୧.୦ ଓ ମାଲକାନଗିରିରେ ୪୦.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Show More

Related Articles

Back to top button