ଓଡ଼ିଶା

ରାଜ୍ୟରେ ୪୪.୪ ଡିଗ୍ରୀ ସହିତ ସୋନପୁର ସବୁଠାରୁ ଉତ୍ତପ୍ତ

୨୦ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା ଦିନବେଳା କୌଣସି କାର୍ଯ୍ୟ କରିପାରୁଛନ୍ତି । ଦିନ ୯ ଟା ବେଳୁ ଖରା ଜୋର୍‌ ହେଉଛି । ଅସ୍ତବ୍ୟସ୍ତ ହୋଇଗଲେଣି ଜନ ସାଧାରଣ ।

ତେବେ ଆଜି ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୪ ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ୨୦ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ବଲାଙ୍ଗୀରରେ ମଧ୍ୟ ୪୪.୩ ଡିଗ୍ରୀ ତାପମାତ୍ରା ରହିଛି । ଟିଟିଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧, ବୌଦ୍ଧରେ ୪୩, ଝାରସୁଗୁଡ଼ା ୪୨.୮, ସୁନ୍ଦରଗଡ଼ରେ ୪୨.୫, ସମ୍ୱଲପୁରରେ ୪୨.୪, ଭବାନୀପାଟଣାରେ ୪୨ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ହୀରାକୁଦରେ ୪୧.୬, ବାରିପଦାରେ ୪୧, ପାରଳାଖେମୁଣ୍ଡିରେ ୪୧ଡିଗ୍ରୀ, ନୂଆପଡ଼ାରେ ୪୧ ଡିଗ୍ରୀ ତାପମାତ୍ରା ରହିଛି ।

Show More

Related Articles

Back to top button