Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ

ୟୁଏଇରୁ କେରଳ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ

ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା କେରଳର କୋଲ୍ଲମରୁ ଚିହ୍ନଟ ହୋଇଛି । ୟୁଏଇରୁ କେରଳ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ମଙ୍କିପକ୍ସର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗ ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ ପାଇଁ ପୁନେ ସ୍ଥିତି ଏନଆଇଭି ପଠାଇଥିଲା । ଏବେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏହାସହ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଭାରତରେ ଚିହ୍ନଟ ହୋଇଛି। ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏକ ଟିମ ଗଠନ କରି କେରଳ ପଠାଇବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରଙ୍କୁ ସହଯୋଗ କରିବା ସହ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକୀୟ ପରାମର୍ଶ ଯୋଗାଇବ ଏହି କେନ୍ଦ୍ରୀୟ ଟିମ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଏହି ଆସନ୍ତାକାଲି ଜୁଲାଇ ୧୫ରେ ଭାରତର ଏହି ଦକ୍ଷିଣ ରାଜ୍ୟ ଗସ୍ତ କରିବ।

ଏହା ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ସୂଚନା ଦେଇ କହିଥିଲା, ବ୍ୟକ୍ତି ଜଣଙ୍କ ତିନି ଦିନ ପୂର୍ବେ ୟୁଏଇରୁ ଫେରିଥିଲେ । ଏଠାରେ ପହଞ୍ଚିବା ପରେ ହାଠତ ସେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ପୂର୍ବରୁ ସତର୍କ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ପୂର୍ବରୁ ଏଥିପାଇଁ ଗାଇଡଲାଇନ ଜାରି କରିଛି। ଡବ୍ଲୁଏଚଓ ଅନୁସାରେ ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଦେଶରେ ମଙ୍କିପକ୍ସର ୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇସାରିଛି । ଆସନ୍ତା ଜୁଲାଇ ୧୮ରେ ଡବ୍ଲୁଏଚଓର ବିଶେଷଜ୍ଞ କମିଟିର ଏହା ଉପରେ ବୈଠକ ହେବ।

Show More

Related Articles

Back to top button