ଦେଶ ବିଦେଶ

ପୁଣି ଠପ୍‌ ହେଲା ଟୁଇଟର୍‌

ଅସୁବିଧାର ସାମ୍ନା କଲେ ୟୁଜର୍ସ,୬ ମାସରେ ଦ୍ୱିତୀୟ ଘଟଣା

ସାରା ବିଶ୍ୱରେ ଅନେକ ୟୁଜର୍ସମାନଙ୍କ ପାଇଁ ଟୁଇଟର କିଛି ସମୟପାଇଁ ବନ୍ଦ ହୋଇଯାଇଛି। ଆଉଟେଜ୍‌ ଟ୍ରାକ୍‌ କରୁଥିବା ୱେବସାଇଟ୍ ଡାଉନ୍‌ ଡିଟେକ୍ଟର କହିଛି ଗୁରୁବାର ଟୁଇଟର କିଛି ୟୁଜର୍ସମାନଙ୍କ ପାଇଁ କାମ କରୁନାହିଁ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଏକ ମ୍ୟାସେଜ୍ ଆସିଥିଲା ଏଥିରେ ଲେଖାଥିଲା ‘ଟୁଇଟ ଏବେ ଲୋଡ୍‌ ହେଉନାହିଁ। ପୁଣି ଥରେ ଚେଷ୍ଠା କରନ୍ତୁ’। ଚଳିତ ବର୍ଷ ଫେବୃଆରୀ ପରେ ପୁଣିଥରେ ଟୁଇଟର୍‌ରେ ଏପରି ସମସ୍ୟା ହୋଇଛି, ୱେବସାଇଟ୍‌ ଡାଉନ୍‌ ଡିଟେକ୍ଟର ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଟୁଇଟର୍ କାମ କରୁନାହିଁ ବୋଲି ୨୭ ହଜାରରୁ ଅଧିକ ଲୋକ ଅଭିଯୋଗ କରିଛନ୍ତି।

ସେହିପରି ୟୁନାଇଟେଡ୍‌ କିଙ୍ଗଡମ୍‌, ମେକ୍ସିକୋ, ବ୍ରାଜିଲ୍‌ ଓ ଇଟାଲି ସହିତ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଟୁଇଟର କାମ କରୁନଥିବା ସୂଚନା ମିଳିଛି। ଏପରି କାହିଁକି ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ସମାନ ସମସ୍ୟା ଉପୁଜିଥିଲା। ଏହା ଦ୍ୱାରା ହଜାର ଜଜାର ଟୁଇଟର ୟୁଜରମାନଙ୍କର ସେବା ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଟ୍ୱିଟର କହିଥିଲା ଯେ ତାର ମାଇକ୍ରୋବ୍ଲଗିଙ୍ଗ ୱେବସାଇଟରେ ଏକ ସଫ୍ଟେୱେରକୁ ଠିକ୍‌ କରାଯାଉଥିଲା।

Show More

Related Articles

Back to top button