ଦେଶ ବିଦେଶ

୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ BBC

ଗୋଟିଏ ବର୍ଷରେ ୫୦ କୋଟି ପାଉଣ୍ଡ ସଞ୍ଚୟ କରିବାକୁ ଲକ୍ଷ୍ୟ

ବ୍ରିଟେନର ନ୍ୟାସନାଲ ବ୍ରଡକ୍ରାଷ୍ଟର BBC ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନିର ବୟାନ ଅନୁସାରେ, ଆସନ୍ତା କିଛି ବର୍ଷରେ ୧୦୦୦ କର୍ମଚାରୀଙ୍କୁ କମ୍ପାନିରୁ ବାହାର କରାଯିବ। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ ୫୦ କୋଟି ପାଉଣ୍ଡର ସଞ୍ଚୟ ହୋଇପାରିବ। BBCର ମହାନିର୍ଦ୍ଦେଶକ ଟିମ ଡେବି ଗୁରୁବାର ନିଜ କର୍ମଚାରୀଙ୍କୁ ସମ୍ୱୋଧିତ କରି କହିଛନ୍ତି, ବର୍ତ୍ତମାନ ସମୟରେ BBCକୁ ଅଧିକ ପ୍ରାସଙ୍ଗିକ ରଖିବା ଏବଂ ଗ୍ରେଟ୍ ଭେଲ୍ୟୁ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଅଧିନରେ BBCର କଣ୍ଟେଣ୍ଟ ଏବଂ ସର୍ଭିସରେ ପରିବର୍ତ୍ତନ ଅଣାଯିବ ଯାହାଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୫୦ କୋଟି ପାଉଣ୍ଡର ସଞ୍ଚୟ ହୋଇପାରିବ। ଡେବି କହିଛନ୍ତି, ଡିଜିଟାଲ ନେତୃତ୍ୱରେ ଚାଲୁଥିବା ମିଡିଆ କମ୍ପାନି ହେବା ନେଇ BBC ଯୋଜନା କରୁଛି ।

BBC କେବଳ ଗୋଟିଏ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ୟୁକେ ଏବଂ ଅନ୍ତର୍ଜାତୀୟ ଦର୍ଶକ ଦେଖିପାରିବେ। ଏହାସହ CBBC, BBC Four ଏବଂ ରେଡିଓ 4 ଏକଷ୍ଟ୍ରା ପରି ଛୋଟ ଚ୍ୟାନେଲର ପ୍ରସାରଣ ବନ୍ଦ କରାଯିବ। ଏହା ପୂର୍ବରୁ ଗୁରୁବାର ସକାଳେ ଅକ୍ସଫୋର୍ଡର ଅଞ୍ଚଳିକ ଟିଭି ନ୍ୟୁଜ୍ ପ୍ରୋଗ୍ରାମ ବନ୍ଦ କରିବାକୁ BBC ଘୋଷଣା କରିଥିଲା। ଅକ୍ସଫୋର୍ଡର ରିଜନଲ ଟିଭି ନ୍ୟୁଜ ସାଉଥ୍ ଟୁଡେରେ ୧୮ ଜଣ କାମ କରୁଥିଲେ। ଏହାର ପ୍ରସାରଣ ଚଳିତ ବର୍ଷ ନଭେମ୍ୱରରେ ବନ୍ଦ ହୋଇଯିବ। ଏହାସହ ଏହାକୁ ସାଉଥମ୍ପଟନର ରିଜନଲ ପ୍ରୋଗ୍ରାମ ସହ ବିଲୟ କରାଯିବ।

Show More

Related Articles

Back to top button