ପାଣିପାଗ

୨ରୁ ୪ ଡିଗ୍ରୀ ହ୍ରାସ ପାଇଲା ତାପମାତ୍ରା, ଆସନ୍ତା ୧ରୁ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା

ଓଡ଼ିଶାକୁ ଛୁଇଁଛି ପହିଲି ଶୀତ । ମେଘମୁକ୍ତ ଆକାଶ ସହ ରାଜ୍ୟରେ ପହିଲି ଶୀତର ସ୍ପର୍ଶ ଅନୁଭୂତ ହେଉଛି । କେବଳ ଶୀତ ନୁହେଁ, ସକାଳୁ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ଫୁଲବାଣୀ, ଜି.ଉଦୟଗିରି, କୋରାପୁଟ ଏବଂ ଦାରିଙ୍ଗିବାଡ଼ିର ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୨୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି । କୋରାପୁଟରେ ତାପମାତ୍ରା ୧୩.୮ ଥିବାବେଳେ କଟକରେ ୨୦.୨ ଡିଗ୍ରୀ ରହିଛି । ଅନ୍ୟପକ୍ଷରେ ଆସନ୍ତା ୧ ତାରିଖରୁ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ବଙ୍ଗୋପସାଗରରୁ ଥଣ୍ଡା ପବନ ବୋହିବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ୩ ତାରିଖ ଯାଏ ପାଗ କୋହଲା ରହିବ ବୋଲି ଆକଳନ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜି.ଉଦୟଗିରିରେ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୪ ଡିଗ୍ରୀ, ଶିମିଳିଗୁଡ଼ାରେ ୧୫ ଡିଗ୍ରୀ, ଅନୁଗୋଳ ଓ ଭବାନୀପାଟଣାରେ ୧୬ ଡିଗ୍ରୀ, କେନ୍ଦୁଝରରେ ୧୬.୪ ଡିଗ୍ରୀ, ସୋନପୁରରେ ୧୬.୯ ଡିଗ୍ରୀ, ନବରଙ୍ଗପୁରରେ ୧୭.୪ ଡିଗ୍ରୀ ଓ ରାଉରକେଲାରେ ୧୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗକୁ ଶୀତର ପ୍ରଭାବ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button