ପାଣିପାଗ

ଆସୁଛି ବାତ୍ୟା ମିଞ୍ଚାଉଙ୍ଗ୍

ଆସୁଛି ବାତ୍ୟା ମିଞ୍ଚାଉଙ୍ଗ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି ଏହି ବାତ୍ୟା। ଆସନ୍ତା କାଲି ସୁଦ୍ଧା ଏହା ଅବପାତର ରୂପ ନେବ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ତେବେ ମିଞ୍ଚାଉଙ୍ଗର ପ୍ରଭାବ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଏ ହା ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି। କାଲି ଭିତରେ ଲ୍ୟାଣ୍ଡଫଲ ଡେଷ୍ଟିନେସନ୍ ଜଣାପଡ଼ିବ। ସିଷ୍ଟମ ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି। ବାତ୍ୟା ହେଲେ ତା’ର ନାଁ ରହିବ ମିଞ୍ଚାଉଙ୍ଗ। ମିଆଁମାର ଏପରି ନାମକରଣ କରିଛି। ବାତ୍ୟା ମିଞ୍ଚାଉଙ୍ଗ୍ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ ଆଶଙ୍କା କରିଛନ୍ତି। ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସଙ୍କ ଆକଳନ ଅନୁସାରେ, ଆନ୍ଧ୍ରରୁ ବାଂଲାଦେଶ ମଧ୍ୟରେ ବାତ୍ୟା ମିଞ୍ଚାଉଙ୍ଗ୍ ସ୍ଥଳଭାଗ ଛୁଇଁପାରେ। ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟାପ୍ରବଣ ମାସ। ଚଳିତ ମାସ ବଙ୍ଗୋପସାଗରରେ ବାତ୍ୟା ମିଧିଲି ସୃଷ୍ଟି ହୋଇ ବାଂଲାଦେଶରେ ଲ୍ୟାଣ୍ଡଫଲ କରିଥିଲା। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥିଲା। କିନ୍ତୁ ବାତ୍ୟା ମିଞ୍ଚାଉଙ୍ଗ୍ ଓଡ଼ିଶା ଉପରେ ପ୍ରଭାବ ପକାଇବାର ଆଶଙ୍କା ଅଛି ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button