Breaking PLUSଦେଶ

କେରଳ ବିସ୍ଫୋରଣ ମାମଲାରେ ନିଜକୁ ଦାୟୀ କରି ବ୍ୟକ୍ତିଙ୍କ ଆତ୍ମସମର୍ପଣ

କେରଳ ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ଗତକାଲି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ମାମଲାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଡୋମିନିକ ମାର୍ଟିନ ବୋଲି ଜଣାପଡିଛି। ଏହି ବିସ୍ଫୋରଣ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଅପରପକ୍ଷେ, ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୩ ଛୁଇଁଛି। ଗତ ରାତିରେ ଜଣେ ୧୨ ବର୍ଷୀୟା ନାବାଳିକା ଆଖି ବୁଜିଛନ୍ତି । ତେବେ କେରଳ ପୁଲିସ୍‌ର ଏଡିଜିପି ଏମଆର ଅଜିତ କୁମାରଙ୍କ କହିବାନୁଯାୟୀ, କୋଡକରା ପୁଲିସ୍‌ ଷ୍ଟେଶନରେ ଡୋମିନିକ ମାର୍ଟିନ ନାମକ ବ୍ୟକ୍ତି ଆତ୍ମସମର୍ପଣ କରିଥିବା ବେଳେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି। ସେ ମଧ୍ୟ ସମାନ ଧର୍ମାବଲମ୍ବୀ ବୋଲି କହିଛନ୍ତି। ପୁଲିସ୍‌ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରୁଛି। ତେବେ ଏହି ବ୍ଲାଷ୍ଟ ପଛରେ ତାଙ୍କ ହାତ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନି। ଏହି ମାମଲାର ସବୁ ଦିଗରୁ ତଦନ୍ତ ଚାଲିଛି। ମାର୍ଟିନ ପୁଲିସ୍ ସମ୍ମୁଖରେ ଦେଖିଥିବା ବୟାନ ଅନିଯାୟୀ, ତାଙ୍କୁ ଇସାଇ ଧର୍ମାବଲମ୍ବୀଙ୍କ ବିଚାରଧାରା ପସନ୍ଦ ନୁହେଁ। ସେ ସେମାନଙ୍କୁ ଦେଶ ପାଇଁ ବିପଦ ବୋଲି ଭାବନ୍ତି। କାରଣ ସେମାନେ ଦେଶର ଯୁବବର୍ଗଙ୍କ ମୁଣ୍ଡରେ ବିଷ ଭର୍ତ୍ତି କରୁଛନ୍ତି। ତେଣୁ ସେ ପ୍ରାର୍ଥନା ସଭାରେ ବମ୍‌ ବ୍ଲାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ କେରଳ ସରକାର ଏକ ୨୦ ଜଣିଆ ଟିମ୍‌ ଗଠନ କରିଥିବା ନୂଆଦିଲ୍ଲୀରୁ ଏନଏସ୍‌ଜିର ଏକ ସ୍ପେଶାଲ ଟିମ୍‌ ଏର୍ଣ୍ଣାକୁଲମାରେ ପହଞ୍ଚିଥିଲା। ସୂଚନା ଅନୁସାରେ ଗତକାଲି ସକାଳେ ଏର୍ଣ୍ଣାକୁଲମସ୍ଥିତ କନ୍‌ଭେନସନ୍‌ ହଲରେ ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ପ୍ରାର୍ଥନା ଚାଲିଥିଲା। ସେଥିରେ ପାଖାପାଖି ୨ ହଜାରରୁ ଅଧିକ ଲୋକେ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକି ବେଳେ ବିସ୍ଫୋରଣ ହୋଇଥିଲା।

Show More

Related Articles

Back to top button