Breaking PLUSମୁଖ୍ୟ ଖବରସ୍ୱତନ୍ତ୍ର
Trending

ହ୍ରାସ ପାଇଲା ସୁନାର ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୮୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ  ଦଶ ଗ୍ରାମ ପ୍ରତି ୫୯,୮୩୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୮୪୦ ଟଙ୍କା ଟଙ୍କା ଓ ୫୯,୮୩୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର କେତେକ ସ୍ଥାନରେ ବଢିଥିବା ବେଳେ ଆଉ କେତେକ ସ୍ଥାନରେ ତାହାର ମୂଲ୍ୟ ସ୍ଥିର ରହୁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୮୪୦ ଟଙ୍କା ଓ ୫୯,୮୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୯୯୦ ଟଙ୍କା ଓ ୫୯,୯୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୧୬୦ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୮୪୦ ଟଙ୍କା ଓ ୫୯,୮୩୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୦୦୦ଟଙ୍କା ରହିଥିବା ନେଇ ହୋଇଛି।

Show More

Related Articles

Back to top button