Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ରବିଶଙ୍କର ପ୍ରସାଦ

() ନୂଆଦିଲ୍ଲୀ: ସନାତନ କା ଅପମାନ ନେହି ସହେଗା ହିନ୍ଦୁସ୍ଥାନ । ପ୍ରେସମିଟ କରି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ । କହିଲେ ସନାତନ ଧର୍ମକୁ ଅପମାନ ହିନ୍ଦୁସ୍ଥାନ ସହିବ ନାହିଁ । ଘମଣ୍ଡିଆ ନେତାଙ୍କ ଗୋଟିଏ କାମ ସନାତନ ଉପରେ ଆକ୍ରମଣ କରିବା। ଏହି ନେତା ମାନେ ସବୁ କଥାରେ ଚୁପ ଥିବା ବେଳେ କେବଳ ସନାତନକୁ ଆକ୍ରମଣ ବେଳେ ଏକଜୁଟ ହୋଇଯାଆନ୍ତି । ସେହିପରି ସୋନିଆ ଗାନ୍ଧୀ ନିରବତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।
ରବି ଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ, କିଏ କହୁଛି ସନାତନ ଡେଙ୍ଗୁ ଠାରୁ ବିପଦ , କିଏ କହୁଛି ଏଡସ । ଉଦ୍ଧବ ଠାକୁର କହୁଛନ୍ତି ରାମ ମନ୍ଦିର ଉଦଘାଟନ ହେଲେ ଗୋଧାର କାଣ୍ଡ ହେବ । ଭୋଟ ପାଇଁ କେତେ ତଳକୁ ଯିବେ ଏହି ନେତା। ଭୋଟ ବ୍ୟାଙ୍କ ପାଇଁ ସନାତନକୁ ନୀଚ ଦେଖାଇବାର କାରଣ କଣ ବୋଲି ରବି ଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି ।

ରାମ ମନ୍ଦିର ଦର୍ଶନ ପାଇଁ କଂଗ୍ରେସର କୌଣସି ଗୋଟିଏ ବଡ଼ ନେତା ଯାଇନାହାନ୍ତି । ତେବେ ରାମମନ୍ଦିର ଦର୍ଶନ ପାଇଁ ସୋନିଆ ଗାନ୍ଧିଙ୍କର କେବେ ଇଛା ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ସନାତନ କା ଅପମାନ ନେହି ସହେଗା ହିନ୍ଦୁସ୍ଥାନ। ଆପଣ ଏଜେଣ୍ଡା ସେଟ କରିଛନ୍ତି ଆମେ ଏହାକୁ ଗାଁ ଗାଁକୁ ନେବୁ। ଆମେ ଲୋକଙ୍କୁ କହିବୁ ସେମାନେ ସେହି ନେତାଙ୍କୁ ପ୍ରଶ୍ନ କରିବେ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।
ଶହ ଶହ ବର୍ଷ ମୁଗଲ ଓ ବିଦେଶୀ ଶକ୍ତି ଚେଷ୍ଟା କରି ସନାତନକୁ ହଲେଇ ପାରିଲେ ନାହିଁ ଏମାନେ କଣ କରିବେ ବୋଲି ସେ କହିଛନ୍ତି ।

ରବିଶଙ୍କର ଆହୁରି କହିଛନ୍ତି ଯେ, ଆପଣ କେବେ କୋଣାର୍କର ଏତେ ବଡ଼ ପ୍ରଚାର କରିଛନ୍ତି । ବିଶ୍ୱର ବଡ଼ ମଞ୍ଚରେ ଆମେ ଆମର ଇତିହାସ ବୈଜ୍ଞାନିକ କୁଶଳ କାରିଗରକୁ ପ୍ରଦର୍ଶିତ କରିଛୁ। ସନାତନ ଉପରେ ଏତେ ଅସହିଷ୍ଣୁ କଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ରବିଶଙ୍କର ପ୍ରସାଦ ।

ଡିଏମକେ ଶିକ୍ଷା ମନ୍ତ୍ରୀ ପନ୍ମୁଦିଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି। ଇଂରାଜୀରେ ଏକ କଥା ଅଛି ‘ବିଲେଇ ବ୍ୟାଗରୁ ବାହାରିଛି। the cat is out of the bag , ସେମାନେ ଯାହା ଭାବୁଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି ବୋଲି ବିଜେପି ନେତା କହିଛନ୍ତି । ସନାତନ ଧର୍ମ ବିରୋଧୀ’ କାର୍ଯ୍ୟକ୍ରମରେ ସିଏମ୍ ଷ୍ଟାଲିନଙ୍କ ପୁଅ ସନାତନଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଏବଂ ଏ.ରାଜା ଏହାକୁ “ଏଡସ୍ ଠାରୁ ଖରାପ” ବୋଲି କହିଥିଲେ।

Show More

Related Articles

Back to top button