Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

‘ଅଜ୍ଞେୟ ଶବ୍ଦ ସୃଜନ ସମ୍ମାନ’ ଏବଂ ଦକ୍ଷିଣ ଭାରତ ଶବ୍ଦ ହିନ୍ଦୀ ସେବୀ ସମ୍ମାନର ବିଜେତା ଘୋଷଣା

ବେଙ୍ଗାଲୁରୁ: ଦେଶର ସଫ୍ଟୱେର୍ ରାଜଧାନୀ ବେଙ୍ଗାଲୁରୁର ହିନ୍ଦୀ ରଚନାକାରଙ୍କ ପ୍ରସିଦ୍ଧ ସାହିତ୍ୟ ସଂଗଠନ ‘ଶବ୍ଦ’ 2023 ବର୍ଷ ପାଇଁ ‘ଅଜ୍ଞେୟ ଶବ୍ଦ ସୃଜନ ସମ୍ମାନ’ ଏବଂ ଦକ୍ଷିଣ ଭାରତ ଶବ୍ଦ ହିନ୍ଦୀ ସେବୀ ସମ୍ମାନର ବିଜେତା ଘୋଷଣା କରିଛି। ‘ଅଜ୍ଞେୟ ଶବ୍ଦ ସୃଜନ ସମ୍ମାନ’ର ଏକ ଲକ୍ଷ ଟଙ୍କା ହିନ୍ଦୀ ମୂର୍ଦ୍ଧନ୍ୟ କଥାକାର ହୃଷିକେଷ ସୁଲଭଙ୍କୁ ତାଙ୍କ ଉପନ୍ୟାସ ଦାତା ପୀର ପାଇଁ ପ୍ରଦାନ କରାଯିବ । ସେହିପରି ଏକୋଇଶି ହଜାର ଟଙ୍କା ‘ଦକ୍ଷିଣ ଭାର ଶବ୍ଦ ହିନ୍ଦୀ ସେବୀ ସମ୍ମାନ’ କର୍ମଠ ହିନ୍ଦୀସେବୀ ଏବଂ କର୍ଣ୍ଣାଟକ ମହିଳା ହିନ୍ଦୀ ସେବା ସମିତିର ପ୍ରମୁଖ ବୟୋଜ୍ୟେଷ୍ଠ ସୁଶ୍ରୀ ଶାନ୍ତା ବାଇଙ୍କୁ ଦକ୍ଷିଣ ଭାରତରେ ହିନ୍ଦୀ ଭାଷା ଏବଂ ସାହିତ୍ୟର ବୃଦ୍ଧି ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯିବ ।

ଶବ୍ଦର ଅଧ୍ୟକ୍ଷ ଡକ୍ଟର ଶ୍ରୀନାରାୟଣ ସମୀର ଏକ ବିବୃତିରେ କହିଛନ୍ତି ଯେ, ଦୁଇ ବିଜେତାଙ୍କୁ ଆଗାମୀ ଡିସେମ୍ବର 10 ତାରିଖରେ ବେଙ୍ଗାଲୁରରେ ଆୟୋଜିତ ସାରସ୍ୱତ ସମାରୋହରେ ପୁରସ୍କାର ରାଶି ସହ ପାରମ୍ପରିକ ମୈସୁର ପେଟା, ସ୍ମୃତି ଚିହ୍ନ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯିବ । ହିନ୍ଦୀ ଭାଷା ଓ ସାହିତ୍ୟର ସର୍ଜକ ବିଦ୍ୱାନଙ୍କର 5ଜଣିଆ ସଦସ୍ୟ ମୂଲ୍ୟାଙ୍କନ ସମିତିର ଆଧାରରେ ନିର୍ଣ୍ଣାୟକ ମଣ୍ଡଳ ସର୍ବସମ୍ମତି କ୍ରମେ ଏହି ପୁରସ୍କାରର ନିର୍ଣ୍ଣୟ ନିଆଯାଇଛି ।

Show More

Related Articles

Back to top button