Breaking PLUSମନୋରଞନମନୋରଞ୍ଜନ

ଘୋଷଣା ହେଲା ପୁଷ୍ପା-2ର ରିଲିଜ୍ ତାରିଖ

ପୁଷ୍ପା ୨’କୁ (Pushpa 2) ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିର୍ମାତାମାନେ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିବା ନେଇ ସୂଚନା ମିଳିଛି । ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଲାଗି ରହିଥିବା ବେଳେ ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ସାମ୍ନାକୁ ଆସିଛି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ (Allu Arjun) ଷ୍ଟାରର ଫିଲ୍ମ ‘ପୁଷ୍ପା ୨’ର ରିଲିଜ ତାରିଖ । ସିନେମା ରିଲିଜକୁ ନେଇ ବହୁ ଦିନରୁ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆଗାମୀ ୨୦୨୪ ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସ ଦିନ ରିଲିଜ ହେବ ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ।

ଏହି ଚଳଚ୍ଚିତ୍ରଟି ହେଉଛି ୨୦୨୧ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍ର ସିକ୍ୱେଲ୍ । ଏହି ଚଳଚ୍ଚିତ୍ର ପାଇଁ ଅଲୁ ଅର୍ଜୁନଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ଜାତୀୟ ପୁରସ୍କାର ମିଳିଥିଲା । ଏହି ସୁପରହିଟ୍ ଫିଲ୍ମର ପ୍ରଡକ୍ସନ୍ ହାଉସ୍ ମୈତ୍ରୀ ମୁଭି ମେକର୍ସ (Mythri Movie Makers) ସୋସିଆଲ ମିଡିଆରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଫିଲ୍ମର ଫାଇନାଲ ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଛି ।

Show More

Related Articles

Back to top button