Breaking PLUSଓଡ଼ିଶାମୁଖ୍ୟ ଖବର

ପାରାଦ୍ୱୀପ ସମୁଦ୍ର ମଧ୍ୟରେ ସନ୍ଦିଗ୍ଧ ଯୁବକ

ପାରାଦୀପ ସମୁଦ୍ର ମଝିରେ ହଠାତ୍ ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚିଲିକା ମୁହାଣରୁ ୭୧ କିଲୋମିଟର ଦୂରତାରେ ଜଣେ ଅଜଣା ଯୁବକ ବୋଟ୍‌ରେ ଚଢ଼ିବା ନେଇ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମଝି ସମୁଦ୍ରରେ ପହଁରି ପହଁରି ଆସୁଥିବା ଯୁବକକୁ ଅଚାନକ ଦେଖିବାକୁ ପାଇଲେ ମତ୍ସ୍ୟଜୀବୀ।

ଲଙ୍ଗର ପକାଇ ଠିଆ ହୋଇଥିବା ଓମ ନମଃ ଶିବାୟ ବୋଟରେ ସମ୍ପୃକ୍ତ ଯୁବକ ଚଢିଥିବା ସୂଚନା ମିଳିଛି। ତେବେ ଏହି ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ବୋଟରେ ସନ୍ଦିଗ୍ଧ ଯୁବକଙ୍କୁ ଦେଖି ମତ୍ସ୍ୟଜୀବୀ ମାନେ ଭୟଭୀତ ହୋଇ ଯାଇଛନ୍ତି । ବିନା କାରଣରେ ହଠାତ୍ ବୋଟ ଉପରକୁ ଉଠି ଆସିବାକୁ ନେଇ ମତ୍ସ୍ୟଜୀବୀଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମୁଦ୍ରରେ ଭାସି ଆସିଥିବା ଜଣେ ଅସହାୟ ବ୍ୟକ୍ତି ନା କେହି ଅନୁପ୍ରବେଶକାରୀ ବୋଲି ସନ୍ଦେହରେ ରହିଛନ୍ତି ମତ୍ସ୍ୟଜୀବୀ ।


ସମ୍ପୃକ୍ତ ଯୁବକଙ୍କୁ ଅଚାନକ ବୋଟ୍‌‌ରେ ଚଢୁଥିବାର ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ସେପଟେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ପୁଲିସକୁ ଖବର ଦେବା ସହ ତାଙ୍କୁ ଧରି ପାରାଦୀପକୁ ଆସୁଛନ୍ତି ବୋଟ୍ କର୍ମଚାରୀ । ତାଙ୍କୁ ପୁଲିସ ଓ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରିବା ପରେ ପଚରାଉଚରା କରାଯିବ ବୋଲି ଜଣାପଡ଼ଛି।

Show More

Related Articles

Back to top button