Breaking PLUSସ୍ୱାସ୍ଥ୍ୟ

ରୂପ ବଦଳାଉଛି ଡେଙ୍ଗୁ ମଶା

ଡେଙ୍ଗୁ ସୃଷ୍ଟିକାରୀ ମଶା ନିଜର ରୂପ ବଦାଳାଉଛି । ଆଗରୁ କେବଳ ଏଡ଼ସ୍ ମଶା ଡେଙ୍ଗୁ ସଂକ୍ରମଣର ମୁଖ୍ୟ ବାହକ ଥିବା ବେଳେ ତାହା ଏବେ ନୂଆ ପ୍ରଜାତିର ‘ଆଲ୍‌ବୋପିକ୍ଟସ୍‌’ ଏଡସ୍ ମଶା ସହ ମିଶି ଲୋକଙ୍କ ପାଇଁ ବିପଦ ସାଜୁଛି । ଏକ ନୂତନ ଅଧ୍ୟୟନରୁ ଜଣା ପଡିଛି ଯେ, ଏଡସ୍ ଆଲ୍‌ବୋପିକ୍ଟସ୍ ମଶାର ବଂଶ ବୃଦ୍ଧି ଯୋଗୁଁ ଚଳିତ ବର୍ଷ ଡେଙ୍ଗୁର ସଂକ୍ରମଣ ବୃଦ୍ଧି ପାଇଛି । ଆରଏମଆରସି ପକ୍ଷରୁ ସୂଚନା ମିଳିଛି ଯେ, ଅପୂର୍ବରୁ ହେଉଥିବା ଡେଙ୍ଗୁ ଜ୍ୱର ପଛରେ ଏଡସ୍ ଏଜିପ୍ଟ ମଶା ରହିଥିଲା । କିନ୍ତୁ ବର୍ତ୍ତମାନ ଡେଙ୍ଗୁ ଜ୍ୱର ପାଇଁ ଏଡସ୍ ଆଲ୍‌ବୋପିକ୍ଟସ୍ ମୁଖ୍ୟ କାରଣ ପାଲଟିଛି । ଏହି ପ୍ରଜାତିର ମଶାମାନେ ସକାଳ ଏବଂ ସଂଧ୍ୟା ସମୟରେ କାମୁଡିଥାନ୍ତି । ଏହି ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଲୋକେ ମଶାରୀ, ମଶାଧୂପ ସହିତ ଅନ୍ୟାନ୍ୟ ଉପାୟ ଆପଣାଉଛନ୍ତି । କିନ୍ତୁ ଆଲ୍‌ବୋପିକ୍ଟସ ବାସଗୃହ ବାହାରେ ରହୁଥିବାରୁ ଏହା କାମୁଡିବାର ବହୁତ ଆଶଙ୍କା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଏହି ନୂଆ ପ୍ରଜାତିର ମଶା କେବଳ ଭୁବନେଶ୍ୱରରେ ନୁହେଁ, ଏହା ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଥିବାର ଜଣାପଡିଛି । ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୮ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ଯାଜପୁର ଆଦି ସ୍ଥାନରେ ଡେଙ୍ଗୁ ସଂକ୍ରମଣ ଅଧିକ ରହୁଛି ବୋଲି ଆକଳନ କରାଯାଇଛି ।

Show More

Related Articles

Back to top button