Breaking PLUSଓଡ଼ିଶା

ଏଥର ଜେଲରେ ମୋବାଇଲ ରଖୁଥିଲେ ଧରିବ ମେସିନ

ଏଣିକି ଜେଲରେ କଏଦୀ ଲୁଚାଇ ରଖି ପାରିବେନି ମୋବାଇଲ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲଗାଯାଇଛି ଏକ ଅତ୍ୟାଧୂନିକ ନନ୍ ଲିନିୟର ଜଙ୍କସନ ଡିଟେକ୍ଟର ମେସିନ୍ ମେସିନ୍। ଏହି ମେସିନ ଦ୍ୱାରା ମୋବାଇଲ ଖୋଜି ବାହାର କରିହେବ । ଯଦି କୌଣସି କଏଦୀ ମୋବାଇଲ ଲୁଚାଇ ବ୍ୟବହାର କରୁଥିବେ ତେବେ ଏହି ମେସିନ୍ ଧରା ପକାଇଦେବ। ଏପରିକି ମୋବାଇଲ ବନ୍ଦ ହେଉ କିମ୍ବା ସିମ୍ ବାହାର କରି ଲୁଚାଇ ରଖିଥିଲେ ମଧ୍ୟ ଏହି ମେସିନ ସାହାଯ୍ୟରେ ଧରିପାରିବ। ତେବେ ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଜେଲ ଭିତରେ ରହି ବାହାରର ନେଟୱାର୍କ ଚଳାଉଥିବା କଏଦୀମାନଙ୍କ ପାଇଁ ଏହା ଫଳପ୍ରଦ ହେବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ।  ଏହା ସହ ଏହି ମେସିନର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ତେବେ ଟ୍ରେନିଂ ନେଇଥିବା କର୍ମଚାରୀ ମାନେ ଜେଲ କଠୋରି ଭିତରେ ବୁଲାଇ ଚେକିଂ କରିବେ। ଏପରିକି ମାଟି ତଳେ ମୋବାଇଲ ଲୁଚାଇ ରଖିଥିଲେ ବି ଏହି ମେସିନର ସାଇରନ ବାଜିବ। ସେହିଭଳି ଯଦି ମୋବାଇଲକୁ ବନ୍ଦ କରି ଖୋଲି ପାର୍ଟ ପାର୍ଟ କରି ରଖାଯାଇଇଛି ତେବେ ବି ମଧ୍ୟ ତାହାର ସିମ୍ ଯେଉଁଠି ଥିବ ଏହି ମେସିନ ଦ୍ୱାରା ଜାଣିହେବ। ଯାହା ଫଳରେ ଜେଲ ମଧ୍ୟରେ ଲୁଚା ଛପାରେ ମୋବଇଲ ବ୍ୟବହାରକୁ ଏହି ମେସିନ ରୋକି ପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Show More

Related Articles

Back to top button