ସ୍ୱତନ୍ତ୍ର

ଯଦି ଆପଣଙ୍କର ବି ଅନଲାଇନ୍ ପେମେଣ୍ଟ ଫେଲ ହେଉଛି ତେବେ ଜାଣନ୍ତୁ ସ୍ମାର୍ଟ ଉପାୟ

ବର୍ତ୍ତମାନ ସମୟରେ ପ୍ରାୟ ସବୁ କିଛି ଡିଜିଟାଲ ହୋଇଗଲାଣି । ଅଧିକାଂଶ ଲୋକ ମଧ୍ୟ ଏବେ ସମ୍ପୂର୍ଣ୍ଣ ଡିଜିଟାଲ ଉପରେ ନିର୍ଭର କରୁଛନ୍ତି। ଏଭଳି ଡିଜିଟାଲ ଯୁଗରେ ଲୋକେ ଏବେ ଆଉ ନଗଦ ଟଙ୍କା ନେଇ ଯିବାକୁ ଆଉ ପସନ୍ଦ କରୁ ନାହାନ୍ତି। ତେଣୁ ସମସ୍ତେ ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରୁଛନ୍ତି । ଫଳରେ ୟୁପିଆଇର ବ୍ୟବହାର ବହୁଳ ପରିମାଣରେ ବଢିବାରେ ଲାଗିଛି । ଏହା ସାହାର୍ଯ୍ୟରେ ଆପଣ ସହଜ, ବହୁତ କମ ସମୟ ମଧ୍ୟରେ ଏବଂ ଯେକୌଣସି ସ୍ଥାନରେ ରହି ମଧ୍ୟ ୟୁପିଆଇ ଦ୍ୱାରା ପେମେଣ୍ଟ କରି ପାରିବେ ।

ଅନେକ ଥର ଆପଣ ଦେଖିଥିବେ ୟୁପିଆଇ ପେମେଣ୍ଟ କରିବା ବେଳେ ତାହା ଫେଲ ହୋଇଯାଉଛି । ଏନେଇ ୟୁଜର୍ସ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଯଦି ଆପଣଙ୍କ ବି ୟୁପିଆଇ ପେମେଣ୍ଟ କରିବା ସମୟରେ ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ଏହି ଉପାୟକୁ ଆପଣାଇ ଆପଣଙ୍କ ସମସ୍ୟାର ସମାଧାନ କରି ପାରିବେ ।

ୟପିଆଇ ପେମେଣ୍ଟ ସମୟରେ ୟୁଜର୍ସ ଯଦି ଭୁଲ ବିବରଣୀ ଅର୍ଥାତ ୟୁପିଆଇ ଆଇଡି, ମୋବାଇଲ ନମ୍ବର ଭୁଲ ଦେଇଛନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ୟୁପିଆଇ ଟ୍ରନଜେକ୍ସନ ଫେଲ ହୋଇଯିବ । ଏମିତିରେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ପୂର୍ବରୁ ଆପଣ ସମସ୍ତ ବିବରଣୀକୁ ପୁନଃ ଯାଞ୍ଚ କରି ନିଅନ୍ତୁ । ଏହା ବ୍ୟତିତ ଯଦି ୟୁପିଆଇ ପେମେଣ୍ଟ କରିବା ବେଳେ ବ୍ୟାଙ୍କ ଏବଂ ୟୁପିଆଇ ଆପର ସର୍ଭର ଫେଲ ହୋଇଯାଉଛି, ତେବେ ଏଭଳି ପରିସ୍ଥିତିରେ ଆପଣ ନିଜର ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ । ବ୍ୟବହାରକାରୀମାନେ ସର୍ବଦା ସେମାନଙ୍କର ୟୁପିଆଇ ଆଇଡି ସହିତ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । କାରଣ ଏହା କରିବା ଦ୍ୱାରା ଗୋଟିଏ ବ୍ୟାଙ୍କର ସର୍ଭ ବିଫଳ କ୍ଷେତ୍ରରେ ଆପଣ ଅନ୍ୟ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କରିପାରିବେ । ୟୁପିଆଇ ବ୍ୟବହାର କରୁଥିବା ବ୍ୟକ୍ତି ପେମେଣ୍ଟ କରିବା ପୂର୍ବରୁ ପୁଣି ଚେକ କରନ୍ତୁ ଏବଂ ତାହା ପରେ ସଠିକ ପିନକୁ ଦିଅନ୍ତୁ ।
ୟୁପିଆଇ ପେମେଣ୍ଟ କରିବା ସମୟରେ ଇଣ୍ଟରନେଟର କନେକ୍ସନକୁ ଚେକ କରନ୍ତୁ । ନଚେତ୍ ଇଣ୍ଟରନେଟର ସ୍ପିଡ୍ କମିଯିବା କାରଣରୁ ମଧ୍ୟ ପେମେଣ୍ଟ ଫେଲ ହୋଇଯିବାର ସମ୍ଭାବନା ଅଛି ।

 

Show More

Related Articles

Back to top button